न्यूज़रूम ओडिशा
ब्रेकिंग
ओडिया समाचार

ମସ୍କଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ତାଙ୍କ ଭାରତ ଗସ୍ତ ସ୍ଥଗିତ ରଖିଛନ୍ତି। ଟେସଲାରେ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ମସ୍କ ଭାରତ ଗସ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମସ୍କ ନିଜେ ‘ଏକ୍ସ’ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି | ଇଲେକ୍ଟ୍ରିକ କାର୍ ନିର୍ମାଣ କରୁଥିବା ତାଙ୍କ କମ୍ପାନୀ ଟେସଲାର ଭାରତ ଯୋଜନା ସମ୍ପର୍କରେ ଘୋଷଣା କରିବା ପାଇଁ ମସ୍କ ଏପ୍ରିଲ ୨୧ ଓ ୨୨ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବୋଲି କୁହାଯାଇଥିଲା [...]

Admin•20 अप्रैल 2024
Share Article:

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ତାଙ୍କ ଭାରତ ଗସ୍ତ ସ୍ଥଗିତ ରଖିଛନ୍ତି। ଟେସଲାରେ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ମସ୍କ ଭାରତ ଗସ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମସ୍କ ନିଜେ ‘ଏକ୍ସ’ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି | ଇଲେକ୍ଟ୍ରିକ କାର୍ ନିର୍ମାଣ କରୁଥିବା ତାଙ୍କ କମ୍ପାନୀ ଟେସଲାର ଭାରତ ଯୋଜନା ସମ୍ପର୍କରେ ଘୋଷଣା କରିବା ପାଇଁ ମସ୍କ ଏପ୍ରିଲ ୨୧ ଓ ୨୨ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବୋଲି କୁହାଯାଇଥିଲା । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ମଧ୍ୟ ଥିଲା। ତେବେ ମସ୍କଙ୍କ ଟ୍ୱିଟରୁ ତାଙ୍କର ପ୍ରସ୍ତାବିତ ଭାରତ ଗସ୍ତ ବର୍ତ୍ତମାନ ସ୍ଥଗିତ ରହିଥିବା ଜଣାପଡ଼ିଛି।

ଏଲନ୍ ମସ୍କ ଏକ ପୋଷ୍ଟର ଉତ୍ତରରେ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ଟେସଲାର ଭାରୀ ଦାୟିତ୍ବ କାରଣରୁ ଭାରତ ଗସ୍ତ ବିଳମ୍ବ ହେବ, କିନ୍ତୁ ମୁଁ ଚଳିତ ବର୍ଷ ଶେଷରେ ଏହି ଗସ୍ତ ନେଇ ଉତ୍ସାହିତ ଅଛି।

#Odia#Odisha#News
Share Article:

Related Articles