न्यूज़रूम ओडिशा
ब्रेकिंग
ओडिया समाचार

ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ ନୂଆ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଜାନୁଆରୀ ୧୨ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ।ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ସଂସଦରେ ପାରିତ ହୋଇଥିବା ନୂଆ ଆଇନକୁ ରଦ୍ଦ କରିବାକୁ ଦାବି ହୋଇଛି। ମୁଖ୍ୟ ନିର୍ବାଚନ କମିଶନର [...]

Admin•10 जनवरी 2024
Share Article:

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଜାନୁଆରୀ ୧୨ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ।ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ସଂସଦରେ ପାରିତ ହୋଇଥିବା ନୂଆ ଆଇନକୁ ରଦ୍ଦ କରିବାକୁ ଦାବି ହୋଇଛି।

ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ପ୍ୟାନେଲରେ ଦେଶର ପ୍ରଧାନ ବିଚାରପତିଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି।
ଆବେଦନରେ କୁହାଯାଇଛି, ଦେଶରେ ନିର୍ବାଚନରେ ନିରପେକ୍ଷତା ଓ ପାରଦର୍ଶିତା ଆଣିବା ପାଇଁ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ୟାନେଲରେ ପ୍ରଧାନ ବିଚାରପତିଙ୍କ ସାମିଲ କରାଯିବା ଆବଶ୍ୟକ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟରେ କହିଥିଲେ ଯେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ଏବଂ ପ୍ରଧାନ ବିଚାରପତି ରହିବେ। ସୁପ୍ରିମକୋର୍ଟଙ୍କ ଉକ୍ତ ରାୟ ପରେ କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ ନୂଆ ଆଇନ ଆଣିଥିଲେ । ଏହି ନୂଆ ଆଇନ ଅନୁଯାୟୀ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇ ଦିଆଯାଇଛି ।

ବିରୋଧୀ ଓ ସମ୍ବିଧାନ ବିଶେଷଜ୍ଞ ମୋଦୀ ସରକାରଙ୍କ ଏହି ନୂଆ ଆଇନକୁ ସମାଲୋଚନା କରିଥିଲେ । ଏହି ଆଇନ ଦ୍ବାରା ନିର୍ବାଚନ କମିଶନଙ୍କ ନିରପେକ୍ଷତା ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

#Odia#Odisha#News
Share Article:

Related Articles