न्यूज़रूम ओडिशा
ब्रेकिंग
ओडिया समाचार

ଆଜି ଇସ୍ତଫା ଦେବେ ନୀତିଶ କୁମାର, ବିଜେପି ସମର୍ଥନରେ ନୂଆ ସରକାର ଗଢ଼ିବେ

ପାଟନା: ବିହାରରେ ଜେଡିୟୁ-ଆରଜେଡି ମେଣ୍ଟ ଭାଙ୍ଗିଯାଇଛି । ସୂଚନାନୁସାରେ, ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ନୀତିଶ ଦିନ ୧୦ଟାରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ କରିବେ। ଏହା ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବେ । ସେ ଏନଡିଏ ସହ ନୂଆ ସରକାର ଗଠନ ପାଇଁ ଦାବି କରିବେ। ଆଜି ହିଁ ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ରହିଛି। [...]

Admin•28 जनवरी 2024
Share Article:

ପାଟନା: ବିହାରରେ ଜେଡିୟୁ-ଆରଜେଡି ମେଣ୍ଟ ଭାଙ୍ଗିଯାଇଛି । ସୂଚନାନୁସାରେ, ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ନୀତିଶ ଦିନ ୧୦ଟାରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ କରିବେ। ଏହା ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବେ । ସେ ଏନଡିଏ ସହ ନୂଆ ସରକାର ଗଠନ ପାଇଁ ଦାବି କରିବେ। ଆଜି ହିଁ ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ରହିଛି। ତାଙ୍କ ସହ ବିଜେପିର ଦୁଇଜଣ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇପାରନ୍ତି ।

ବିଜେପି-ଜେଡିୟୁରୁ ୧୪ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଜିତନ ରାମ ମାଂଝିଙ୍କ ଦଳ (ଏଚ୍ଏଏମ୍) ମଧ୍ୟ ନୂଆ ସରକାରରେ ଦୁଇ ମନ୍ତ୍ରୀ ପଦ ପାଇଁ ଦାବି କରିଛି। ସୁଶୀଲ ମୋଦୀ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି । ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ପାରନ୍ତି ।

ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭା ମଧ୍ୟରୁ ଆରଜେଡିର ସର୍ବାଧିକ ୭୯ ଟି ବିଧାୟକ ଅଛନ୍ତି । ଏହା ପରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ବିଜେପିର ୭୮ ବିଧାୟକ ଥିବାବେଳେ ଜେଡିୟୁର ୪୫ ଜଣ ବିଧାୟକ ଏବଂ କଂଗ୍ରେସରେ ୧୯ ଜଣ ବିଧାୟକ ଅଛନ୍ତି। ବାମଦଳ ଗୁଡ଼ିକର ୧୬ ବିଧାୟକ ଅଛନ୍ତି।

#Odia#Odisha#News
Share Article:

Related Articles