ବ୍ରହ୍ମପୁର ଆଇଟିଆଇ କୋଣାର୍କ ଚକ୍ରକୁ ଅନ୍ତର୍ଜାତୀୟ ପୁରସ୍କାର
ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଆଇଟିଆଇକୁ ମିଳିଛି ଉତ୍କର୍ଷତାର ଆଉ ଏକ ପ୍ରମାଣପତ୍ର। ଏଠିକାର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ କୋଣାର୍କ ଚକ୍ର କଳାକୃତିକୁ ମିଳିଛି ଅନ୍ତର୍ଜାତୀୟ ପୁରସ୍କାର। ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓ୍ବେଲଡିଂ ଦ୍ବାରା ନିକଟରେ ଆୟୋଜିତ ‘ଥ୍ରାସ୍ ଟୁ ଟ୍ରେଜର୍’ ଇଭେଣ୍ଟରେ ରନର୍ସ ଅପ୍ ପୁରସ୍କାର ପାଇଛି ବର୍ଜ୍ୟବସ୍ତୁରେ ନିର୍ମିତ ଅଥଚ ସୁନ୍ଦର ଭାବେ ସୁସଜ୍ଜିତ ଏହି କୋଣାର୍କ ଚକ୍ର। ଆଗାମୀ ଦିନରେ ଗ୍ରୀସରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଏହି କଳାକୃତି ପ୍ରଦର୍ଶିତ [...]
ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଆଇଟିଆଇକୁ ମିଳିଛି ଉତ୍କର୍ଷତାର ଆଉ ଏକ ପ୍ରମାଣପତ୍ର। ଏଠିକାର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ କୋଣାର୍କ ଚକ୍ର କଳାକୃତିକୁ ମିଳିଛି ଅନ୍ତର୍ଜାତୀୟ ପୁରସ୍କାର। ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓ୍ବେଲଡିଂ ଦ୍ବାରା ନିକଟରେ ଆୟୋଜିତ ‘ଥ୍ରାସ୍ ଟୁ ଟ୍ରେଜର୍’ ଇଭେଣ୍ଟରେ ରନର୍ସ ଅପ୍ ପୁରସ୍କାର ପାଇଛି ବର୍ଜ୍ୟବସ୍ତୁରେ ନିର୍ମିତ ଅଥଚ ସୁନ୍ଦର ଭାବେ ସୁସଜ୍ଜିତ ଏହି କୋଣାର୍କ ଚକ୍ର। ଆଗାମୀ ଦିନରେ ଗ୍ରୀସରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଏହି କଳାକୃତି ପ୍ରଦର୍ଶିତ ହେବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ। ଉପରୋକ୍ତ ପୁରସ୍କାର ଏହି ସରକାରୀ ଅନୁଷ୍ଠାନ ତଥା ଆମ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ସ୍କିଲଡ ଇନ୍ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଓ୍ବେଷ୍ଟ ଟୁ ଓ୍ବେଲଥ୍ ଜରିଆରେ ଏହି ଓ୍ବେଲଡିଂ ଆର୍ଟ ଏବେ ବେଶ୍ ଚର୍ଚ୍ଚିତ ହୋଇଛି।
A #Waste2Wealth ‘Konark Chakra’ sculpture, crafted by #SkilledInOdisha trainees of @ITI_BERHAMPUR, has won the Runners Up prize at the International Institute of Welding’s ‘Thrash to Treasure’ event. This sculpture will be displayed at an international exhibition in Greece. ? ♻️ pic.twitter.com/8ciWdo76Po
— Skilled in Odisha – OSDA (@skilled_odisha) January 3, 2024
କୁସ୍ତି ବିବାଦରେ ନୂଆ ମୋଡ଼: ବିନେଶ, ସାକ୍ଷୀ ଓ ବଜରଙ୍ଗ ପୁନିଆଙ୍କ ବିରୋଧରେ ଯୁବ ଖେଳାଳିଙ୍କ ବିକ୍ଷୋଭ
Next ArticleITI Berhampur Receives National Award for Its Waste2Wealth Initiative
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
