न्यूज़रूम ओडिशा
ब्रेकिंग
ओडिया समाचार

ଜିରାଙ୍ଗ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ତ୍ରିରଙ୍ଗା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକର ଜିରାଙ୍ଗସ୍ଥିତ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ଉଚ୍ଚ ଜାତୀୟ ପତାକା।୧୯ ମିଟର ଉଚ୍ଚ, ୧୬ ଫୁଟ ଓସାର ବିଶିଷ୍ଟ ପ୍ଲାଟଫର୍ମରେ ଫରଫର ହୋଇ ଉଡୁଛି ଦୂରରୁ ଆକର୍ଷଣୀୟ ଦେଖାଯାଉଥିବା ତ୍ରିରଙ୍ଗା ପତାକା। ଏହାକୁ ପ୍ରଥମ କରି ଉତ୍ତୋଳନ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ। ଦେଶବିଦେଶରେ ପ୍ରସିଦ୍ଧ ବୌଦ୍ଧ ଧର୍ମର ଏହି ମନ୍ଦିରକୁ ବର୍ଷତମାମ ଭକ୍ତ, ପର୍ଯ୍ୟଟକମାନେ ବୁଲି ଆସିଥାନ୍ତି। ଏବେ ସେଠାରେ ସୁଉଚ୍ଚ ତ୍ରିରଙ୍ଗା ଉଡ଼ିବା ଫଳରେ [...]

Admin•4 जनवरी 2024
Share Article:
ଜିରାଙ୍ଗ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ତ୍ରିରଙ୍ଗା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକର ଜିରାଙ୍ଗସ୍ଥିତ ବୌଦ୍ଧ ପୀଠରେ ଉଡ଼ିଲା ୨୪ ଫୁଟ ଉଚ୍ଚ ଜାତୀୟ ପତାକା।୧୯ ମିଟର ଉଚ୍ଚ, ୧୬ ଫୁଟ ଓସାର ବିଶିଷ୍ଟ ପ୍ଲାଟଫର୍ମରେ ଫରଫର ହୋଇ ଉଡୁଛି ଦୂରରୁ ଆକର୍ଷଣୀୟ ଦେଖାଯାଉଥିବା ତ୍ରିରଙ୍ଗା ପତାକା। ଏହାକୁ ପ୍ରଥମ କରି ଉତ୍ତୋଳନ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ। ଦେଶବିଦେଶରେ ପ୍ରସିଦ୍ଧ ବୌଦ୍ଧ ଧର୍ମର ଏହି ମନ୍ଦିରକୁ ବର୍ଷତମାମ ଭକ୍ତ, ପର୍ଯ୍ୟଟକମାନେ ବୁଲି ଆସିଥାନ୍ତି। ଏବେ ସେଠାରେ ସୁଉଚ୍ଚ ତ୍ରିରଙ୍ଗା ଉଡ଼ିବା ଫଳରେ ସମସ୍ତଙ୍କ ମଧ୍ୟରେ ଜାତୀୟତାର ଭାବ ଉଦ୍ରେକ ହେବା ଆଶା କରାଯାଉଛି। ଏହି ପତାକା ମଧ୍ୟ ଦେଖଣାହାରୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଛି।

ତିବ୍ବତୀୟ ବୌଦ୍ଧ ମନ୍ଦିର ମୁଖ୍ୟ ଗୁରୁଜୀ ଖେନସୋ ପେମା, ତିବ୍ବତୀୟ କମିଟି ଅଧିକାରୀ ଚେମ୍ପାଲ ଦନଡୁପଙ୍କ ଉପସ୍ଥିତିରେ ହୋଇଥିବା ଉଦଘାଟନୀ ସମାରୋହରେ ଅନ୍ୟତମ ଅତିଥି ଥିଲେ ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ରନାଥ ମହାରଣା। ଏହି ପର୍ଯ୍ୟଟନ ସ୍ଥଳରେ ଲୋକେ ରହିବା କିମ୍ବା ବିଶ୍ରାମ ନେବାର ପାଇଁ ବିଶେଷ ସୁବିଧା ନଥିବା ବେଳେ ଏବେ ଗଜପତି ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ଏହାର ସମାଧାନ କରିବାକୁ ଯାଉଛନ୍ତି। ଜିଲ୍ଲାପାଳଙ୍କ ଦ୍ବାରା ୧୫ ଲକ୍ଷ ଟଙ୍କାରେ ଅତିଥି ଭବନ ନିର୍ମାଣ ନିମନ୍ତେ ଶୁଭ ଦେଇଥିଲେ।‌ ଫଳରେ ଆଗାମୀ ଦିନରେ ଏଠାକୁ ଆସୁଥିବା ଟୁରିଷ୍ଟମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ।

#Odia#Odisha#News
Share Article:

Related Articles