न्यूज़रूम ओडिशा
ब्रेकिंग
ओडिया समाचार

ହରିୟାଣାର ‘କୁବେର’ ନେତାଙ୍କ ଘରେ ଇଡିର ଚଢ଼ାଉ, ମିଳିଲା ୫ କୋଟି ନଗଦ, ବିଦେଶୀ ଅସ୍ତ୍ରଶସ୍ତ୍ର

ଚଣ୍ଡିଗଡ଼: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଶୁକ୍ରବାର ହରିୟାଣାର ପୂର୍ବତନ ବିଧାୟକ ତଥା ଆଇଏନଡିଏଲ୍ ନେତା ଦିଲବାଗ ସିଂହ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି । ଦିଲବାଗ ସିଂହଙ୍କ ଘରୁ ଇଡି କୁବେର ସଦୃଶ ଧନ ଜବତ କରିଛି । ତଲାସି ବେଳେ ଦିଲବାଗ ଓ ସହଯୋଗୀଙ୍କ ଘରୁ ୫ କୋଟି ନଗଦ ମିଳିଛି । ଏହାଛଡ଼ା ବିଦେଶୀ ଅସ୍ତ୍ରଶସ୍ତ୍ର, ୩୦୦ କାର୍ଟ୍ରିଜ, ୧୦୦ରୁ ଅଧିକ ମଦ ବୋତଲ ଏବଂ ଭାରତ ତଥା ବିଦେଶର [...]

Admin•5 जनवरी 2024
Share Article:

ଚଣ୍ଡିଗଡ଼: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଶୁକ୍ରବାର ହରିୟାଣାର ପୂର୍ବତନ ବିଧାୟକ ତଥା ଆଇଏନଡିଏଲ୍ ନେତା ଦିଲବାଗ ସିଂହ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି । ଦିଲବାଗ ସିଂହଙ୍କ ଘରୁ ଇଡି କୁବେର ସଦୃଶ ଧନ ଜବତ କରିଛି ।

ତଲାସି ବେଳେ ଦିଲବାଗ ଓ ସହଯୋଗୀଙ୍କ ଘରୁ ୫ କୋଟି ନଗଦ ମିଳିଛି । ଏହାଛଡ଼ା ବିଦେଶୀ ଅସ୍ତ୍ରଶସ୍ତ୍ର, ୩୦୦ କାର୍ଟ୍ରିଜ, ୧୦୦ରୁ ଅଧିକ ମଦ ବୋତଲ ଏବଂ ଭାରତ ତଥା ବିଦେଶର ଅନେକ ସମ୍ପତ୍ତି ସହ ଅନ୍ୟ ସାମଗ୍ରୀ ଜବତ କରିଛି।

ଉଲ୍ଲେଖଯୋଗ୍ୟ, ଦିଲବାଗ ସିଂହଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି। ଗତକାଲି ଇଡି ବେଆଇନ ଖଣି ଖନନ ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ସହ ଦିଲବାଗ ସିଂହ ଏବଂ ଅନ୍ୟ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା।

#Odia#Odisha#News
Share Article:

Related Articles