ବିଭିନ୍ନ ଅପରାଧରେ ଜଡିତ ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ପୋଲିସ, ବିପୁଳ ମାରଣାସ୍ତ୍ର ସହ ହରିଣ ସିଂଘ ଜବତ
ବ୍ରହ୍ମପୁର – ଜେଲରେ ଥିବା କୁଖ୍ୟାତ ଅପରାଧି କୁନା ବେହେରାର ଘନିଷ୍ଠ ସହଯୋଗୀ ପୂର୍ଣ୍ଣ ଗୌଡ଼ ଓରଫ ଚିଆନ ଓ ତାହାର ତିନି ସହଯୋଗୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ । ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଟାମଣା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାରଣାସ୍ତ୍ର ସହ ଗତକାଲି ପୂର୍ଣ୍ଣ ଗୌଡ଼ ଓ ତାହାର ସହଯୋଗୀମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା । ବ୍ରହ୍ମପୁର ସଦର ଏସଡିପିଓଙ୍କ [...]
ବ୍ରହ୍ମପୁର – ଜେଲରେ ଥିବା କୁଖ୍ୟାତ ଅପରାଧି କୁନା ବେହେରାର ଘନିଷ୍ଠ ସହଯୋଗୀ ପୂର୍ଣ୍ଣ ଗୌଡ଼ ଓରଫ ଚିଆନ ଓ ତାହାର ତିନି ସହଯୋଗୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ । ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଟାମଣା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାରଣାସ୍ତ୍ର ସହ ଗତକାଲି ପୂର୍ଣ୍ଣ ଗୌଡ଼ ଓ ତାହାର ସହଯୋଗୀମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା । ବ୍ରହ୍ମପୁର ସଦର ଏସଡିପିଓଙ୍କ ସହ ଗୋଳନ୍ଥରା ପୋଲିସର ଏକ ଟିମ୍ ପୂର୍ଣ୍ଣ ଓରଫ ଚିଆନ ଲୁଚିଥିବା ସ୍ଥାନରେ ଚଢାଉ କରିଥିଲେ । ଅଭିଯୁକ୍ତମାନେ ଜଙ୍ଗଲ ଭିତରକୁ ଲୁଚି ପଳାଇବାକୁ ଚେଷ୍ଟା କଲାବେଳେ ପୋଲିସ ଟିମ ହାତରେ ଧରାପଡିଥିଲେ । ପୂର୍ଣ୍ଣ ଗୌଡ଼ ସହ ଧରାପଡ଼ିଥିବା ଅନ୍ୟ ତିନି ଜଣ ହେଲେ ଶଙ୍କର ପ୍ରଧାନ, ଅଭି ମଲ୍ଲିକ ଓ ବୃନ୍ଦାବନ ମଲ୍ଲିକ । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ଦେଶୀ ବନ୍ଧୁକ, ଗୁଳିଗୋଳା ସହ ଦୁଇଟି ହରିଣ ସିଂଘ ଜବତ କରାଯାଇଛି। ପୂର୍ଣ୍ଣ ଓ ଶଙ୍କର ନାଁରେ ଦିଗପହଣ୍ଡି ଓ ଗୋଳନ୍ଥରା ପୋଲିସ ଥାନାରେ ଅନେକ ମାମଲା ରହିଛି। ପୂର୍ଣ୍ଣ ଓରଫ ଚିଆନ୍ ୨୦୨୧ ମସିହାରେ ପୋଲିସ ଟିମକୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା । ଜବତ ହୋଇଥିବା ଦୁଇ ହରିଣ ସିଂଘ ବନ ବିଭାଗକୁ ହସ୍ତାନ୍ତର କରାଯିବ। ଗିରଫଙ୍କ ବିରୋଧରେ ବନ୍ୟପ୍ରାଣୀ ଅଧିନିୟମ ଅନ୍ତର୍ଗତ ମାମଲା ରୁଜୁ ହେବ ।
ଅପହୃତ ଜାହାଜ ନିକଟରେ ପହଞ୍ଚିଲା ଭାରତୀୟ ନୌସେନା, ଜାହାଜକୁ ଛାଡ଼ିବାକୁ ଜଳଦସ୍ୟୁଙ୍କୁ ଚେତାବନୀ
Next ArticleCM Launches District SDG Indicator Framework and SDG Odisha Website
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
