ଆଜି ସଫଳା ଏକାଦଶୀ ବ୍ରତ, ଏହି ବ୍ରତ କରିବା ଦ୍ୱାରା ଅଜାଣତରେ କରିଥିବା ଜୀବହତ୍ୟା ଦୋଷ କ୍ଷୟ ହୋଇଥାଏ
‘ସଫଳା ଏକାଦଶୀ’ ବ୍ରତକଥା ଟି ସତ୍ୟଯୁଗର ଏକ ଘଟଣା ଅଟେ। ସେହି କଥା ଅନୁସାରେ, ସତ୍ୟ ଯୁଗରେ ଚମ୍ପାବତୀ ନାମକ ନଗରରେ ମାହିଷ୍ମତ ନାମରେ ଜଣେ ରାଜା ଥିଲେ। ତାଙ୍କର ଥିଲେ ଚାରିପୁତ୍ର। ଚାରିଜଣ ଯାକ ଥିଲେ ଦୁରାଚାରୀ। ସବୁଠୁ ଦୁରାଚାରୀ ଥିଲା ଜ୍ୟେଷ୍ଠପୁତ୍ର ଲମ୍ବକ। ଲମ୍ବକର ସ୍ୱଭାବ ଓ ଚରିତ୍ରରେ ଅତିଷ୍ଠ ହୋଇ ମାହିଷ୍ମତ ତାକୁ ରାଜ୍ୟରୁ ନିର୍ବାସିତ କରିଦେଲେ। ଫଳରେ ସେ ବନକୁ ଯାଇ, ପଶୁପକ୍ଷୀ ମାରି, ମାଂସ ଖାଇ, ଜୀବନ ବିତାଇବାକୁ ଲାଗିଲା। [...]
‘ସଫଳା ଏକାଦଶୀ’ ବ୍ରତକଥା ଟି ସତ୍ୟଯୁଗର ଏକ ଘଟଣା ଅଟେ। ସେହି କଥା ଅନୁସାରେ, ସତ୍ୟ ଯୁଗରେ ଚମ୍ପାବତୀ ନାମକ ନଗରରେ ମାହିଷ୍ମତ ନାମରେ ଜଣେ ରାଜା ଥିଲେ। ତାଙ୍କର ଥିଲେ ଚାରିପୁତ୍ର। ଚାରିଜଣ ଯାକ ଥିଲେ ଦୁରାଚାରୀ। ସବୁଠୁ ଦୁରାଚାରୀ ଥିଲା ଜ୍ୟେଷ୍ଠପୁତ୍ର ଲମ୍ବକ।
ଲମ୍ବକର ସ୍ୱଭାବ ଓ ଚରିତ୍ରରେ ଅତିଷ୍ଠ ହୋଇ ମାହିଷ୍ମତ ତାକୁ ରାଜ୍ୟରୁ ନିର୍ବାସିତ କରିଦେଲେ। ଫଳରେ ସେ ବନକୁ ଯାଇ, ପଶୁପକ୍ଷୀ ମାରି, ମାଂସ ଖାଇ, ଜୀବନ ବିତାଇବାକୁ ଲାଗିଲା। ଏପରିକି, ଯେଉଁ ଅଶ୍ୱତ୍ଥ ବୃକ୍ଷ ତଳେ ଜନମାନବ ବାସ କରିବା ନିଷେଧ, ସେହି ଅଶ୍ୱତ୍ଥ ବୃକ୍ଷତଳେ ସେ ବାସକଲା।
ଏହିପରି ଭାବରେ ଅନେକ ଦିନ ଦୁଃଖକଷ୍ଟରେ ବିତାଇବା ପରେ, ତାର ମନରେ ଭାବନା ଆସିଲା- ଜୀବହତ୍ୟା ମହାପାପ। ଆଉ ଜୀବହତ୍ୟା କରି ନରକକୁ ଯିବିନାହିଁ। ଜାଣତରେ ଏବଂ ଅଜାଣତରେ ମୁଁ ବହୁତ ଜୀବ ହତ୍ୟା କଲିଣି। ଏଥର ଏସବୁ ନକରି ଫଳାହାର କରି ଦିନ ବିତାଇବି। ବେଶ୍ୟାଳୟରେ ଅର୍ଥ ଅପବ୍ୟୟ ନକରି ସେହି ଧନକୁ ସତ୍କାର୍ଯ୍ୟରେ ଲଗାଇଥିଲେ ଏତେ ପାପ ଅର୍ଜି ନଥାନ୍ତି।
ଦିନେ ପ୍ରବଳ ଶୀତ ଓ ଖାଦ୍ୟାଭାବ ଯୋଗୁଁ ସେ ବହୁ କଷ୍ଟପାଇଲା।ସେଦିନଟି ଥିଲା ପୌଷକୃଷ୍ଣଏକାଦଶୀ। ସାରାରାତି ତାକୁ ନିଦ ହେଲାନାହିଁ। ବିଷ୍ଣୁଙ୍କ ନାମ ସ୍ମରଣ କରି ରାତିଟି ବିତାଇଲା। ପରଦିନ ସକାଳେ କିଛି ଫଳମୂଳ ସଂଗ୍ରହ କରି, ସେସବୁକୁ ନାରାୟଣଙ୍କୁ ସମର୍ପଣ କରି, ତାହାକୁ ଭୋଜନ କଲା। ତାହା ଫଳରେ, ଅଜାଣତରେ ହେଉପଛେ, ନାରାୟଣ ତା’ପ୍ରତି ସଦୟ ହୋଇ ତାକୁ ଏକାଦଶୀ ବ୍ରତର ଶୁଭ ଫଳ ଦେଲେ। ଲମ୍ବକର ଦୁର୍ଗତି ଦୂରହେଲା।
ପରବର୍ତ୍ତୀ କାଳରେ ଲମ୍ବକ ମଧ୍ୟ ଚମ୍ପାବତୀ ନଗରର ରାଜା ହେଲେ। ବନାଶ୍ରମ ବିଧିରେ, ନିଷ୍ଠାପର ଓ ପବିତ୍ର ଜୀବନଯାପନ କରି ଜଣେ ପ୍ରଜାବତ୍ସଳ ରାଜା ରୂପେ ଖ୍ୟାତହେଲେ। ମୃତ୍ୟୁପରେ ସେ ବିଷ୍ଣୁଲୋକ ରେ ସ୍ଥାନ ପାଇଲେ।
ପୌଷମାସ କୃଷ୍ଣପକ୍ଷ ଏକାଦଶୀ ‘ସଫଳା ଏକାଦଶୀ’ ଭାବରେ ଖ୍ୟାତ। ଏହିଦିନ ଉଜାଗର ରହି, ନଡ଼ିଆ, କଦଳୀ ଓ ଅଁଳା ଆଦି ଫଳ ସହିତ ଧୂପ ଦୀପ ଦେଇ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ପରଦିନ, ବ୍ରତର ପାରାୟଣ ପରେ, କେବଳ ସେହି ଫଳକୁ ପ୍ରସାଦ ରୂପେ ଗ୍ରହଣ କରାଯାଏ। ଏହା ଫଳରେ ବିଷ୍ଣୁ ସନ୍ତୁଷ୍ଟହୋଇ ବ୍ରତର ସୁଫଳ ପ୍ରଦାନ କରନ୍ତି।
ଏହି ବ୍ରତ କଥାରେ, ମାଂସାହାର ବର୍ଜନ କରି ଫଳାହାର ପରି ଶୁଦ୍ଧସାତ୍ତ୍ୱିକ ଆହାର ନିମନ୍ତେ ଆମକୁ ପ୍ରରୋଚିତ କରାଯାଇଛି। ବିଷ୍ଣୁଭକ୍ତି ଫଳରେ ତାହାର ସୁଫଳ ଲାଭ କରି ବ୍ୟକ୍ତି ସଫଳ ହୁଏବୋଲି କୁହାଯାଇଛି। ଏହିବ୍ରତ ଦ୍ୱାରା ମଣିଷ କରିଥିବା ସମସ୍ତ ଜୀବହତ୍ୟା ପାପରୁ ମୁକ୍ତ ହୋଇଥାଏ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବ ଭଞ୍ଜନଗର ଏନ୍ଏସି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
