न्यूज़रूम ओडिशा
ब्रेकिंग
ओडिया समाचार

ସାଧାରଣ ଲୋକଙ୍କ ଠାରୁ ମତାମତ ଲୋଡ଼ିଲା ଏକକାଳୀନ ନିର୍ବାଚନ ପ୍ୟାନେଲ

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ ସଂକ୍ରାନ୍ତରେ ନିକଟରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ କମିଟି ଏବେ ସାଧାରଣ ଲୋକଙ୍କ ମତାମତ ଲୋଡିଛି। ଏନେଇ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରସଙ୍ଗରେ କମିଟି ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି, ଦେଶରେ ଏକକାଳୀନ ନିର୍ବାଚନ କରିବା ପାଇଁ ପ୍ରଚଳିତ ଆଇନଗତ ପ୍ରଶାସନିକ ଢାଞ୍ଚାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ସାଧାରଣ [...]

Admin•6 जनवरी 2024
Share Article:

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ ସଂକ୍ରାନ୍ତରେ ନିକଟରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ କମିଟି ଏବେ ସାଧାରଣ ଲୋକଙ୍କ ମତାମତ ଲୋଡିଛି। ଏନେଇ କମିଟି ଏକ ବିଜ୍ଞପ୍ତି ଜାରି କରିଛି।

ଏହି ପ୍ରସଙ୍ଗରେ କମିଟି ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି, ଦେଶରେ ଏକକାଳୀନ ନିର୍ବାଚନ କରିବା ପାଇଁ ପ୍ରଚଳିତ ଆଇନଗତ ପ୍ରଶାସନିକ ଢାଞ୍ଚାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ସାଧାରଣ ଲୋକଙ୍କ ଠାରୁ ଲିଖିତ ଆକାରରେ ପରାମର୍ଶ ଆହ୍ବାନ କରାଯାଉଛି। ସାଧାରଣ ନାଗରିକ ସେମାନଙ୍କ ମତାମତ ଜାନୁଆରୀ ୧୫, ୨୦୨୪ ସୁଦ୍ଧା ଦାଖଲ କରିବାକୁ ଏହି ବିଜ୍ଞପ୍ତିରେ କୁହାଯାଇଛି ।

ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରିବା ପାଇଁ କମିଟି ଏକ ୱେବସାଇଟ୍ ଏବଂ ଇମେଲ୍ ଜାରି କରିଛି। କମିଟି କହିଛି, ଦେଶରେ ଏକକାଳୀନ ନିର୍ବାଚନ ସମ୍ପର୍କରେ ଲୋକମାନେ କମିଟିର ୱେବସାଇଟ onoe.gov.in ରେ ନିଜ ମତାମତ ଦାଖଲ କରିପାରିବେ କିମ୍ବା
sc-hlc@gov.in ଇମେଲରେ ମଧ୍ୟ ନିଜ ମତାମତ ପଠାଇ ପାରିବେ।

#Odia#Odisha#News
Share Article:

Related Articles