न्यूज़रूम ओडिशा
ब्रेकिंग
ओडिया समाचार

ଭିତରକନିକା ପକ୍ଷୀ ଗଣନା : ବିଦେଶାଗତଙ୍କ ସଂଖ୍ୟା ବୃଦ୍ଧି, ପ୍ରଜାତି କମ୍

କେନ୍ଦ୍ରାପଡା – ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ପକ୍ଷୀ ଗଣନା । ଗତବର୍ଷ ତୁଳନାରେ ଏ ବର୍ଷ ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ବନ ବିଭାଗର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ଏଥର ଭିତରକନିକାକୁ ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀ ଆସିଛନ୍ତି। ଗତବର୍ଷ ଏହି ସଂଖ୍ୟା ଥିଲା ୧ ଲକ୍ଷ ୩୯ ହଜାର ୯୫୯ । ଗତବର୍ଷଠାରୁ ଚଳିତବର୍ଷ ଭିତରକନିକାକୁ ୧୧ ହଜାରରୁ ଅଧିକ ପକ୍ଷୀ ଆସିଛନ୍ତି। କିନ୍ତୁ [...]

Admin•7 जनवरी 2024
Share Article:

କେନ୍ଦ୍ରାପଡା – ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ପକ୍ଷୀ ଗଣନା । ଗତବର୍ଷ ତୁଳନାରେ ଏ ବର୍ଷ ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ବନ ବିଭାଗର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ଏଥର ଭିତରକନିକାକୁ ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀ ଆସିଛନ୍ତି। ଗତବର୍ଷ ଏହି ସଂଖ୍ୟା ଥିଲା ୧ ଲକ୍ଷ ୩୯ ହଜାର ୯୫୯ । ଗତବର୍ଷଠାରୁ ଚଳିତବର୍ଷ ଭିତରକନିକାକୁ ୧୧ ହଜାରରୁ ଅଧିକ ପକ୍ଷୀ ଆସିଛନ୍ତି। କିନ୍ତୁ ଏଥର ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା କମ୍ ରହିଛି। ଗତବର୍ଷ ଭିତରକନିକାକୁ ୧୪୦ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏଥର ୧୨୧ ପ୍ରଜାତି ପକ୍ଷୀ ଆସିଛନ୍ତି।

ଲାର୍ଜ ହୁଇସିଲିଂ ଡକ୍ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ ଆସିଛନ୍ତି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଏହି ପକ୍ଷୀ କମ୍ ସଂଖ୍ୟାରେ ଦେଖା ଯାଇଥାନ୍ତି। ଏହି ପକ୍ଷୀ ଚଳିତବର୍ଷ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି।

#Odia#Odisha#News
Share Article:

Related Articles