न्यूज़रूम ओडिशा
ब्रेकिंग
ओडिया समाचार

ସ୍ଵଛ ସର୍ବେକ୍ଷଣ: ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବେ ଗଞ୍ଜାମ ଜିଲ୍ଲାର ୧୦ ଏନ୍ଏସି

ଛତ୍ରପୁର: ସ୍ବଚ୍ଛ ସର୍ବେକ୍ଷଣ ୨୦୨୩-୨୪ରେ ପରିମଳ ଓ ସଫେଇ ପାଇଁ ପୁରସ୍କୃତ ହେବେ ଗଞ୍ଜାମ ଜିଲ୍ଲାର ୧୦ ଏନ୍ଏସି। ସେଗୁଡ଼ିକ ହେଲା ଭଞ୍ଜନଗର, ଆସିକା, ଗୋପାଳପୁର, ଛତ୍ରପୁର, ଗଞ୍ଜାମ, କୋଦଳା, ପୋଲସରା, ଚିକିଟି, ବେଲଗୁଣ୍ଠା, ପୁରୁଷୋତ୍ତମପୁର ଆଦି। ଆସନ୍ତା ୧୧ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏସବୁ ଏନ୍ଏସିର ଜନପ୍ରତିନିଧି ଓ ନିର୍ବାହୀ ଅଧିକାରୀ‌ ପୁରସ୍କାର ଗ୍ରହଣ କରିବେ। ଏ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟର ସର୍ବାଧିକ [...]

Admin•7 जनवरी 2024
Share Article:

ଛତ୍ରପୁର: ସ୍ବଚ୍ଛ ସର୍ବେକ୍ଷଣ ୨୦୨୩-୨୪ରେ ପରିମଳ ଓ ସଫେଇ ପାଇଁ ପୁରସ୍କୃତ ହେବେ ଗଞ୍ଜାମ ଜିଲ୍ଲାର ୧୦ ଏନ୍ଏସି। ସେଗୁଡ଼ିକ ହେଲା ଭଞ୍ଜନଗର, ଆସିକା, ଗୋପାଳପୁର, ଛତ୍ରପୁର, ଗଞ୍ଜାମ, କୋଦଳା, ପୋଲସରା, ଚିକିଟି, ବେଲଗୁଣ୍ଠା, ପୁରୁଷୋତ୍ତମପୁର ଆଦି। ଆସନ୍ତା ୧୧ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏସବୁ ଏନ୍ଏସିର ଜନପ୍ରତିନିଧି ଓ ନିର୍ବାହୀ ଅଧିକାରୀ‌ ପୁରସ୍କାର ଗ୍ରହଣ କରିବେ। ଏ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟର ସର୍ବାଧିକ ସହରାଞ୍ଚଳ ଗଞ୍ଜାମ ଜିଲ୍ଲାରେ ରହିଛି। ଏଠି ୧୬ଟି ଏନ୍ଏସି, ଗୋଟିଏ ଲେଖାଏଁ ପୌରପାଳିକା ଓ ମହାନଗର ନିଗମ ରହିଛି।

କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ସର୍ଭେ ଦଳ ବିଭିନ୍ନ ସହରାଞ୍ଚଳରେ ପରିମଳ ଓ ସ୍ବଚ୍ଛତା ଅନୁଧ୍ୟାନ କରିଥିଲା। ଉକ୍ତ ସର୍ଭେ ରିପୋର୍ଟ ଆଧାରରେ ବିଭିନ୍ନ ସହରାଞ୍ଚଳକୁ ଭିନ୍ନ ଭିନ୍ନ ମାନ୍ୟତା ବା ରାଙ୍କିଙ୍ଗ୍ ଦିଆଯାଇଛି। ଗୋପାଳପୁର ଏନ୍ଏସିକୁ ମିଳିଛି ଓପନ୍ ଡିଫେକ୍ସନ ଫ୍ରି (ଓଡିଏଫ୍) ପ୍ଲସ୍ ପ୍ଲସ୍ ମାନ୍ୟତା। ବାହ୍ୟମଳ ତ୍ୟାଗମୁକ୍ତ ସହର, ସହରବାସୀ ନିଜ ନିଜ ପାଇଖାନା ବ୍ୟବହାର କରୁଥିବା, ଏ ଦିଗରେ ସଚେତନତା ଆଦିକୁ ବିଚାର କରି ଏହି ମାନ୍ୟତା ମିଳିଛି। ଗୋପାଳପୁର ଏନ୍ଏସି ଦ୍ବାରା ବିକ୍ରମପୁର ଠାରେ ଫେକଲ୍ ପ୍ଲସ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସେପ୍ଟିକ୍ ଟାଙ୍କିର ଆବର୍ଜନାରୁ ଖତ ପ୍ରସ୍ତୁତି କରାଯାଉଛି। ଏଠି ସ୍ଵଛ ସାଥୀ ବା ସଫେଇ କର୍ମଚାରୀଙ୍କ ଦ୍ୱାରା ସହରର ପ୍ରତ୍ୟେକ ଘରୁ ଡଷ୍ଟବିନ୍ ଜରିଆରେ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ସଂଗ୍ରହ କରାଯାଉଛି। ଏଣୁ ଅଳିଆ ଆବର୍ଜନାମୁକ୍ତ ସହରାଞ୍ଚଳ ଭାବେ ଗୋଟିଏ ତାରକା ରାଙ୍କିଙ୍ଗ୍ ହାସଲ କରିଥିବା କହିଛନ୍ତି ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ।

ସେହିପରି ଆସିକା ଏନ୍ଏସି ଗାର୍ବେଜ୍ ଫ୍ରି ସିଟି (ଜିଏଫସି ବା ଅଳିଆ ଆବର୍ଜନାମୁକ୍ତ ସହରାଞ୍ଚଳ) ଭାବେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ରେ ଏହି ଷ୍ଟାର୍ ରେଟିଂ ପାଇବା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଖୁସିର ଲହରୀ ଖେଳି ଯାଇଛି। ଏନ୍ଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ ବୋଲି ଜଣାପଡିଛି।

#Odia#Odisha#News
Share Article:

Related Articles