न्यूज़रूम ओडिशा
ब्रेकिंग
ओडिया समाचार

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ରୋହିତ ଓ ବିରାଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ୧୪ ମାସ ପରେ ଟି-୨୦ ଦଳକୁ ଫେରିଛନ୍ତି । ଏଥିସହ ଚୟନକର୍ତ୍ତାମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଦୁଇ ଭେଟେରାନ ଖେଳାଳି ଆଗାମୀ ଟି-୨୦ ବିଶ୍ୱକପ ଦଳର ଅଂଶ ହେବେ। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ବାଦ୍ [...]

Admin•7 जनवरी 2024
Share Article:

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ୧୪ ମାସ ପରେ ଟି-୨୦ ଦଳକୁ ଫେରିଛନ୍ତି । ଏଥିସହ ଚୟନକର୍ତ୍ତାମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଦୁଇ ଭେଟେରାନ ଖେଳାଳି ଆଗାମୀ ଟି-୨୦ ବିଶ୍ୱକପ ଦଳର ଅଂଶ ହେବେ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ବାଦ୍ ପଡ଼ିଛନ୍ତି | ଆଇସିସି ଦିନିକିଆ ବିଶ୍ୱକପ ସମୟରେ ପାଣ୍ଡ୍ୟା ଆହତ ହୋଇଥିଲେ ‌। ସେ ଆଘାତରୁ ସମ୍ପୂର୍ଣ୍ଣ ମୁକୁଳି ନାହାଁନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଆହତ କାରଣରୁ ସୂର୍ଯ୍ୟକୁମାର ଯାଦବ ଚୟନ ପାଇଁ ଉପଲବ୍ଧ ହୋଇନଥିଲେ। ୱିକେଟ୍ କିପର ଇଶାନ କିଶନଙ୍କ ନାମ ମଧ୍ୟ ଟି-୨୦ ଦଳରେ ନାହାଁନ୍ତି। ସଞ୍ଜୁ ସାମସନ ଓ ଜିତେଶ ଶର୍ମା ୱିକେଟ୍ କିପର ଭାବେ ସାମିଲ ହୋଇଛନ୍ତି ।

ଚଳିତ ବର୍ଷ ଜୁନରେ ଆଇସିସି ଟି-୨୦ ବିଶ୍ୱକପ ଖେଳାଯିବ। ଏହା ମେଗା ଇଭେଣ୍ଟ ପୂର୍ବରୁ ଏହା ଭାରତୀୟ ଦଳ ପାଇଁ ଶେଷ ଟି-୨୦ ସିରିଜ୍ ହେବ।

ଭାରତ-ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ଜାନୁଆରୀ ୧୧ରେ ମୋହାଲିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରରେ ଖେଳାଯିବାକୁ ଥିବାବେଳେ ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଜାନୁଆରୀ ୧୮ରେ ବେଙ୍ଗାଲୁରୁରେ ଖେଳାଯିବ |

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ତିଳକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟ୍ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ କୁଲଦୀପ ଯାଦବ, ଆବେଶ ଖାନ, ମୁକେଶ କୁମାର।

#Odia#Odisha#News
Share Article:

Related Articles