न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କଲା ଓଡ଼ିଶା ପରିବହନ ଶ୍ରମିକ ମହାସଂଘ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ବିରୋଧରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା ଦେଇଥିଲା ମହାସଂଘ। ତେବେ ଆଜି ମହାସଂଘର କର୍ମକର୍ତ୍ତାମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅନ୍ୟ [...]

Admin•8 जनवरी 2024
Share Article:

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ବିରୋଧରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା ଦେଇଥିଲା ମହାସଂଘ। ତେବେ ଆଜି ମହାସଂଘର କର୍ମକର୍ତ୍ତାମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମହାସଂଘ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ଧର୍ମଘଟ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ । ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଗୃହ ସଚିବଙ୍କ ବିବୃତି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଧର୍ମଘଟ ପ୍ରତ୍ୟାହାର ପାଇଁ ମହାସଂଘକୁ କୁହାଯାଇଥିଲା । ଏଥିରେ ସମ୍ମତି ପ୍ରକାଶ କରି ଧର୍ମଘଟ ପ୍ରତ୍ୟାହାର କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ।

#Odia#Odisha#News
Share Article:

Related Articles