न्यूज़रूम ओडिशा
ब्रेकिंग
ओडिया समाचार

କୁଇ ଭାଷାର ସୁରକ୍ଷା ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଫୁଲବାଣୀ – କନ୍ଧମାଳ ମହୋତ୍ସବ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଭାଷା, ସାହିତ୍ୟ ଓ ସଂସ୍କୃତି ଆଲୋଚନା ଚକ୍ର ଏବଂ କୁଇ ଓ ଓଡ଼ିଆ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଯୋଗ [...]

Admin•8 जनवरी 2024
Share Article:

ଫୁଲବାଣୀ – କନ୍ଧମାଳ ମହୋତ୍ସବ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଭାଷା, ସାହିତ୍ୟ ଓ ସଂସ୍କୃତି ଆଲୋଚନା ଚକ୍ର ଏବଂ କୁଇ ଓ ଓଡ଼ିଆ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଯୋଗ ଦେଇଥିଲେ।

କନ୍ଧମାଳ,କଳାହାଣ୍ଡି,ନୂଆପଡ଼ା, ବୌଦ୍ଧ ପ୍ରଭୃତି ଜିଲ୍ଲାରୁ ଶତାଧିକ କୁଇ ଓ ଓଡ଼ିଆ କବି, ଆଲୋଚକ, ସାହିତ୍ୟିକ ଓ ଗବେଷକ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ସରକାର କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ସୁପାରିଶ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ବକ୍ତା। ଜିଲ୍ଲାର ପ୍ରତି ବ୍ଲକରେ ଏପରି ଆଲୋଚନା ଓ କବି ସମ୍ମିଳନୀ ଆୟୋଜନ, ପାଠାଗାର, ପ୍ରଚାର ପତ୍ର କରିବାକୁ ଆଲୋଚନା ହୋଇଥିଲା। ସରକାର କୁଇ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ଅନେକ ବ୍ୟବସ୍ଥା କରୁଥିବାରୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମକୁ କବି ବିଦେଶୀ ନାୟକ,ବିଜୟ କୃଷ୍ଣ ପଟ୍ଟନାୟକ, ପ୍ରଦୀପ କହଁର,ହରପ୍ରିୟା ମିଶ୍ର ଓ ସଦାଶିବ ପାତ୍ର ସଂଯୋଜନା ଓ ସହାୟତା କରିଥିଲେ।

#Odia#Odisha#News
Share Article:

Related Articles