ଛତ୍ରପୁରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ଖେଳ ପ୍ରତିଯୋଗିତା ଉଦଘାଟିତ
ଛତ୍ରପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଯୁବ ପ୍ରତିଭା ବିକାଶ କାର୍ଯ୍ୟକ୍ରମର ଖେଳକୁଦ ପ୍ରତିଯୋଗିତା ଛତ୍ରପୁର ଠାରେ ଆଜିଠୁ ଆରମ୍ଭ ହୋଇଛି। ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ୨୨ଗୋଟି ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ବଛା ହୋଇଥିବା ୮୫୦ ଜଣ ସଫଳ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମରେ ପ୍ରତିଯୋଗିତାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା [...]
ଛତ୍ରପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଯୁବ ପ୍ରତିଭା ବିକାଶ କାର୍ଯ୍ୟକ୍ରମର ଖେଳକୁଦ ପ୍ରତିଯୋଗିତା ଛତ୍ରପୁର ଠାରେ ଆଜିଠୁ ଆରମ୍ଭ ହୋଇଛି। ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ୨୨ଗୋଟି ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ବଛା ହୋଇଥିବା ୮୫୦ ଜଣ ସଫଳ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମରେ ପ୍ରତିଯୋଗିତାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ୍, ପ୍ରମୁଖ ମଞ୍ଚାସୀନ ଥିଲେ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ।

ଛତ୍ରପୁରସ୍ଥିତ ଚାରିଗୋଟି ପଡିଆ ଯଥା ପୋଲିସ ପଡ଼ିଆ, କ୍ରୀଡ଼ା ବିଭାଗ ଖେଳ ପଡ଼ିଆ, ଅନସ୍ଲୋ ହାଇସ୍କୁଲ ପଡ଼ିଆ ଏବଂ ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ କ୍ରିକେଟ୍, ହକି, କବାଡି ଏବଂ ଖୋ ଖୋ ପ୍ରତିଯୋଗିତା ହେଉଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଲିଗ୍ ମ୍ୟାଚ୍, ୧୩ରେ ସେମିଫାଇନାଲ୍ ଏବଂ ୧୪ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରତି ବ୍ଲକରୁ ପ୍ରତିଯୋଗୀଙ୍କୁ ଆଣିବା, ସେମାନଙ୍କ ରହଣୀ ବ୍ୟବସ୍ଥାରୁ ଆରମ୍ଭ କରି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସୁପରିଚାଳନା ଦିଗରେ ସବିଶେଷ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଯୁବ ପ୍ରତିଭାଙ୍କ କ୍ରୀଡ଼ା ଦକ୍ଷତାର ବିକାଶରେ ଏହା ବେଶ୍ ସହାୟକ ହେବା ଆଶା ରହିଛି। ଏଥିରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଈଁ ମଧ୍ୟ ଚୟନ କରାଯିବ।
ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କଲେ ଗଜପତି ମହାରାଜା
Next Articleରାଜସ୍ଥାନର କରଣପୁର ଉପନିର୍ବାଚନରେ ବିଜେପିକୁ ଝଟକା, ମନ୍ତ୍ରୀ ସୁରେନ୍ଦ୍ରପାଲ ସିଂହଙ୍କ ପରାଜୟ, ୧୨ ହଜାର ଭୋଟରେ ହରାଇଲେ କଂଗ୍ରେସ ପ୍ରାର୍ଥୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
