न्यूज़रूम ओडिशा
ब्रेकिंग
ओडिया समाचार

ଗଜପତି ଜିଲ୍ଲା: ଘାଟିରେ ଭ୍ୟାନ୍ ଓଲଟି ୨୦ରୁ ଅଧିକ ଛାତ୍ର ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅର୍ନ୍ତଗତ ଛେଳିଗଡ଼ ନିକଟ ଚମ୍ପା ଘାଟିରେ ଏକ ଭ୍ୟାନ୍ ଓଲଟି ୨୦ରୁ ଅଧିକ ସ୍କୁଲ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅଧିକ ଆଘାତ ଲାଗିଥିବାରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ସମସ୍ତେ ହେଉଛନ୍ତି ଛେଳିଗଡ଼ ସରକାରୀ ହାଇସ୍କୁଲର ଛାତ୍ର। ଆର୍.ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଯୋଗଦେଇ ଏମାନେ ଫେରୁଥିବା ସମୟରେ ସୋମବାର ରାତିରେ ଚମ୍ପା ଘାଟିରେ ସେମାନଙ୍କ ଗାଡ଼ି [...]

Admin•9 जनवरी 2024
Share Article:
ଗଜପତି ଜିଲ୍ଲା: ଘାଟିରେ ଭ୍ୟାନ୍ ଓଲଟି ୨୦ରୁ ଅଧିକ ଛାତ୍ର ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅର୍ନ୍ତଗତ ଛେଳିଗଡ଼ ନିକଟ ଚମ୍ପା ଘାଟିରେ ଏକ ଭ୍ୟାନ୍ ଓଲଟି ୨୦ରୁ ଅଧିକ ସ୍କୁଲ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅଧିକ ଆଘାତ ଲାଗିଥିବାରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ସମସ୍ତେ ହେଉଛନ୍ତି ଛେଳିଗଡ଼ ସରକାରୀ ହାଇସ୍କୁଲର ଛାତ୍ର।

ଆର୍.ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଯୋଗଦେଇ ଏମାନେ ଫେରୁଥିବା ସମୟରେ ସୋମବାର ରାତିରେ ଚମ୍ପା ଘାଟିରେ ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଭ୍ୟାନଟି ଘାଟି ନିକଟରେ ଥିବା ବୁଲାଣିରେ ମୋଡ଼ ନେଉଥିବା ଡ୍ରାଇଭର ନିଜର ଭରସାମ୍ୟ ହରାଇବାରୁ ଗାଡିଟି ଓଲଟି ପଡିଥିଲା l ଆହତ ୭ ଜଣ ଛାତ୍ରଙ୍କୁ ଚନ୍ଦ୍ରଗିରି ଓ ୧୪ ଜଣଙ୍କୁ ଆର୍.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

#Odia#Odisha#News
Share Article:

Related Articles