न्यूज़रूम ओडिशा
ब्रेकिंग
ओडिया समाचार

ପରିକ୍ରମା ପ୍ରକଳ୍ପ ପାଇଁ ପୁରୀକୁ ଗଡିବ ‘ଶ୍ରୀଜଗନ୍ନାଥ ବସ୍’

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍ । ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ ବୋଲିଶମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପ୍ରଶାସନ [...]

Admin•10 जनवरी 2024
Share Article:

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍ । ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ ବୋଲିଶମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ ସହିତ ଯଜ୍ଞସ୍ଥଳୀ ଆଦିର ସମୀକ୍ଷା କରାଯାଇଥିଲା। ଏଥି ସହ ସେବାୟତଙ୍କ କଲ୍ୟାଣ ପାଇଁ ଛାତ୍ରବୃତ୍ତି, ବର୍ଷକୁ ଦୁଇ ଥର କାଉନ୍ସେଲର ନିଯୁକ୍ତି, ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

#Odia#Odisha#News
Share Article:

Related Articles