ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବିଚ୍ ଫେଷ୍ଟ
ଛତ୍ରପୁର: ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନଗହଳିରେ କମ୍ପି ଉଠିବ ଗୋପାଳପୁର ବେଳାଭୂମି। ସମୁଦ୍ର ଉପକୂଳରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାବତୀୟ ସାମଗ୍ରୀର କିଣାବିକା ସାଙ୍ଗକୁ ପର୍ଯ୍ୟଟକଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ଉଠିବ ଗୋପାଳପୁର ସମୁଦ୍ର ତଟ। ଚାରିଦିନିଆ ବେଳାଭୂମି ମହୋତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳା ଦେଖଣାହାରୀଙ୍କୁ ଆକୃଷ୍ଟ କରିବ। ରାଜ୍ୟ ଏବଂ ରାଜ୍ୟ ବାହାର ଲୋକକଳା ପ୍ରଦର୍ଶିତ ହେବ। ଗତଥର ଯେଉଁ ଢାଞ୍ଚାରେ ବେଳାଭୂମି ମହୋତ୍ସବର ଆୟୋଜନ କରାଯାଇଥିଲା ଚଳିତବର୍ଷ ମଧ୍ୟ ସମାନ [...]
ଛତ୍ରପୁର: ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନଗହଳିରେ କମ୍ପି ଉଠିବ ଗୋପାଳପୁର ବେଳାଭୂମି। ସମୁଦ୍ର ଉପକୂଳରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାବତୀୟ ସାମଗ୍ରୀର କିଣାବିକା ସାଙ୍ଗକୁ ପର୍ଯ୍ୟଟକଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ଉଠିବ ଗୋପାଳପୁର ସମୁଦ୍ର ତଟ। ଚାରିଦିନିଆ ବେଳାଭୂମି ମହୋତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳା ଦେଖଣାହାରୀଙ୍କୁ ଆକୃଷ୍ଟ କରିବ। ରାଜ୍ୟ ଏବଂ ରାଜ୍ୟ ବାହାର ଲୋକକଳା ପ୍ରଦର୍ଶିତ ହେବ। ଗତଥର ଯେଉଁ ଢାଞ୍ଚାରେ ବେଳାଭୂମି ମହୋତ୍ସବର ଆୟୋଜନ କରାଯାଇଥିଲା ଚଳିତବର୍ଷ ମଧ୍ୟ ସମାନ ଢଙ୍ଗରେ କରାଯିବାକୁ ସ୍ଥିର ହୋଇଛି।
ଗୋପାଳପୁର ବିଚ୍ ଫେଷ୍ଟ୍ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ହୋଇ ଆବଶ୍ୟକ ପ୍ରସ୍ତୁତି ବାବଦରେ ଆଲୋଚନା କରାଯାଇଛି। ବିଭିନ୍ନ ବିଭାଗକୁ ସେମାନେ ତୁଲାଇବାକୁ ଥିବା ଦାୟିତ୍ୱ ନେଇ ଅବଗତ କରାଇଛନ୍ତି ଜିଲ୍ଲାପାଳ।
ପରିମଳ ଦାୟିତ୍ୱ ଗୋପାଳପୁର ଏନ୍ଏସି ସହ ବ୍ରହ୍ମପୁର ମହାନଗର ନିଗମ ତୁଲାଇବ। ପାନୀୟ ଜଳ ଦାୟିତ୍ୱ ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ ସମେତ ଓ୍ବାଟକୋକୁ ଦିଆଯାଇଛି l ଅସ୍ଥାୟୀ ଶୌଚାଳୟ ନିର୍ମାଣ କରିବ ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ। ଭିତ୍ତିଭୂମି ନିର୍ମାଣରେ ଗୋପାଳପୁର ଏନ୍ଏସିକୁ ସହଯୋଗ କରିବ ପୂର୍ତ୍ତ ବିଭାଗ। ଓରମାସ୍ ପଲ୍ଲୀଶ୍ରୀ ମେଳାର ଷ୍ଟଲ୍ କାର୍ଯ୍ୟ ବୁଝାସୁଝା କରିବ। ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଗୋପାଳପୁର ଓ ଭଞ୍ଜବିହାର ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ସାଙ୍ଗକୁ ବ୍ରହ୍ମପୁର ସିଟି ହସପିଟାଲକୁ କୌଣସି ଜରୁରୀକାଳୀନ ସ୍ଥିତି ନିମନ୍ତେ ପ୍ରସ୍ତୁତ ରଖାଯିବ। ଅଗ୍ନିଶମ ବିଭାଗ ମଧ୍ୟ ତାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବ।
ଟ୍ରାଫିକ୍ ସାଙ୍ଗକୁ ଗାଡ଼ି ପାର୍କିଙ୍ଗ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ନିୟନ୍ତ୍ରଣ କିଭଳି ହେବ ସେ ନେଇ ବୈଠକରେ ତଥ୍ୟ ରଖିଥିଲେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍। ଗତବର୍ଷର ବ୍ୟବସ୍ଥା ଏଥର ମଧ୍ୟ ଅନୁସରଣ କରିବାକୁ ସ୍ଥିର ହୋଇଛି। ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ମହୋତ୍ସବ ସ୍ଥଳରେ କେଉଁଠି ଓ କିଭଳି ସିସିଟିଭି ଲଗାଯିବ ତାହା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ। ଗଞ୍ଜାମ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ୍ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ l
ଶରଣ ଶ୍ରୀକ୍ଷେତ୍ର ମାରଦା
Next Article୫-ଟି ସ୍କୁଲ ରୂପାନ୍ତରଣ : ଆଜି ପାଞ୍ଚ ଜିଲ୍ଲାର ୩୮୯ ହାଇସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
