ତାରାତାରିଣୀ ମନ୍ଦିରର ରୂପାନ୍ତରୀକରଣ ଦେଖି ରାଜ୍ୟପାଳ ଅଭିଭୂତ
ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ ଆଜି ଦ୍ବିତୀୟ ଦିନରେ ମା’ ତାରାତାରିଣୀ ପୀଠରେ ପହଞ୍ଚିଥିଲେ। ରାତ୍ରିଯାପନ କରିଥିବା ଗୋପାଳପୁର ସର୍କିଟ ହାଉସରୁ ବାହାରି ସେଠାକାର ଜେଟି ବୁଲି ଦେଖିବା ପରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ତାରାତାରିଣୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଦେବୀ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଥିଲେ। ମା’ଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଅର୍ପଣ ଭେଟି ଦେଇଥିଲେ ରାଜ୍ୟପାଳ। ମନ୍ଦିରର [...]
ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ ଆଜି ଦ୍ବିତୀୟ ଦିନରେ ମା’ ତାରାତାରିଣୀ ପୀଠରେ ପହଞ୍ଚିଥିଲେ। ରାତ୍ରିଯାପନ କରିଥିବା ଗୋପାଳପୁର ସର୍କିଟ ହାଉସରୁ ବାହାରି ସେଠାକାର ଜେଟି ବୁଲି ଦେଖିବା ପରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ତାରାତାରିଣୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଦେବୀ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଥିଲେ। ମା’ଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଅର୍ପଣ ଭେଟି ଦେଇଥିଲେ ରାଜ୍ୟପାଳ। ମନ୍ଦିରର ସେବାୟତ ଓ ପରିଚାଳନା କମିଟି ତରଫରୁ ରାଜ୍ୟପାଳଙ୍କୁ ମା’ଙ୍କ ସୁଦୃଶ୍ୟ ଫଟୋ ଉପହାର ଭେଟି ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠର ଚତୁଃପାର୍ଶ୍ଵର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପୀଠର ରୂପାନ୍ତରିତ ନବ କଳେବର ଦେଖି ରାଜ୍ୟପାଳ ଅଭିଭୂତ ହୋଇ ଉଠିଥିଲେ।

ଗତକାଲି ସେ ଗଜପତି ଜିଲ୍ଲା ଗସ୍ତ କରିଥିଲେ। ସେଠାରୁ ଗୋପାଳପୁର ଫେରିଥିବା ବେଳେ ଆଜି ମା’ ତାରାତାରିଣୀଙ୍କ ଦର୍ଶନ ପରେ ହୁମ୍ମା ଠାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ, ଡିମିରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଛତ୍ରପୁରରେ ମଧ୍ୟାହ୍ନଭୋଜନ ପରେ ଚମାଖଣ୍ଡିରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ତଥା ଗ୍ରାମ୍ୟ ଶିଳ୍ପାଞ୍ଚଳ ପାର୍କ ପରିଦର୍ଶନ, କୁକୁଡ଼ାଖଣ୍ଡି ମିନି ଷ୍ଟାଡିୟମରେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିବେ। ଏହାପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଯୋଗେ ଭୁବନେଶ୍ଵର ଫେରିଯିବେ ରାଜ୍ୟପାଳ।
ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ : ‘ଭାଷା ହିଁ ଭବିଷ୍ୟତ’ ଟ୍ୟାଗଲାଇନ
Next ArticleNaveen Unveils Logo of First World Odia Language Conference
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
