न्यूज़रूम ओडिशा
ब्रेकिंग
ओडिया समाचार

୨୦୧୮ର ଚାଞ୍ଚଲ୍ୟକର ବ୍ୟାଙ୍କ ଏଜେଣ୍ଟ ହତ୍ୟା ମାମଲାରେ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରହ୍ମପୁର – ବ୍ରହ୍ମପୁରର ବହୁଚର୍ଚ୍ଚିତ ଏଚଡିଏଫସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ବ୍ରହ୍ମପୁର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଏହି ଦଣ୍ଡାଦେଶ ଦେବା ସହ ୧୦ ଲକ୍ଷ ଟଙ୍କା ଜୋରିମାନା ବି ଲଗାଇଛନ୍ତି। ଏହି ମାମଲାରେ ଅନ୍ୟ ଦୁଇ ଦୋଷୀଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କୁ [...]

Admin•12 जनवरी 2024
Share Article:

ବ୍ରହ୍ମପୁର – ବ୍ରହ୍ମପୁରର ବହୁଚର୍ଚ୍ଚିତ ଏଚଡିଏଫସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ବ୍ରହ୍ମପୁର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଏହି ଦଣ୍ଡାଦେଶ ଦେବା ସହ ୧୦ ଲକ୍ଷ ଟଙ୍କା ଜୋରିମାନା ବି ଲଗାଇଛନ୍ତି। ଏହି ମାମଲାରେ ଅନ୍ୟ ଦୁଇ ଦୋଷୀଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ହୋଇଛି।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କୁ ଡାକ୍ତର ହୃଷିକେଶ ତ୍ରିପାଠୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ତ୍ରିପାଠୀ ଛତ୍ରପୁର ସବଡିଭିଜନାଲ ହସ୍ପିଟାଲର ମେଡିକାଲ ଅଫିସର ଥିଲେ। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା । ଉଭୟ ଡାକ୍ତର ହୃଷିକେଶ ତ୍ରିପାଠୀ ଓ ବିଷ୍ଣୁ ଗୌଡ଼ ଜଣେ ନର୍ସଙ୍କୁ ପ୍ରେମ କରୁଥିଲେ । ନର୍ସ ଜଣକ ତ୍ରିପାଠୀଙ୍କର ଏକ ଘରୋଇ କ୍ଲିନିକରେ କାର୍ଯ୍ୟ କରୁଥିଲେ । ଡାକ୍ତର ତ୍ରିପାଠୀ ବିବାହିତ ଓ ତାଙ୍କର ଜଣେ ପୁଅ ରହିଛି। ୨୦୧୮ ମସିହା ସେପ୍ଟେମ୍ବର ୧୫ ତାରିଖରେ ବ୍ୟାଙ୍କ ଏଜେଣ୍ଟ ଗୌଡଙ୍କ ମୃତଦେହ ମିଳିଥିଲା । ଘଟଣା ପରେ ନିଖୋଜ ହୋଇଯାଇଥିଲେ ଡାକ୍ତର ହୃଷିକେଶ ତ୍ରିପାଠୀ। ପରେ ଭୁବନେଶ୍ବରରୁ ତାଙ୍କୁ ଗିରଫ କରିଥିଲା ପୋଲିସ। ଗୌଡ଼ଙ୍କୁ ଏକ ଇଞ୍ଜେକସନ ଦେଇ ଅଚେତ କରିବା ପରେ ସର୍ଜରୀ ଉପକରଣରେ ଶରୀରକୁ ଖଣ୍ଡ ବିଖଣ୍ଡ କରି ନିଜ ପୈତୃକ ଗାଁରେ ଥିବା ବାସଭବନରେ ପୋତି ଦେଇଥିଲେ। ଏଥିରେ ତାଙ୍କର ଦୁଇ ସହଯୋଗୀ ତାଙ୍କୁ ସହାୟତା କରିଥିଲେ। ବିଷ୍ଣୁଙ୍କୁ ହତ୍ୟା ଓ ଏଥିରେ ଡାକ୍ତରଙ୍କ ସଂପୃକ୍ତି ନେଇ ବିଷ୍ଣୁଙ୍କ ପରିବାରକୁ ଏକ ଅଜଣା ଫୋନ୍ କଲ୍ ଆସିଥିଲା । ଏହା ଜଣାପଡିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଖୋଳତାଡ଼ ଆରମ୍ଭ କରି ଡାକ୍ତରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

#Odia#Odisha#News
Share Article:

Related Articles