न्यूज़रूम ओडिशा
ब्रेकिंग
ओडिया समाचार

ହଳଦିଆପଦର ହୋଟେଲରୁ ଯୁବତୀଙ୍କ ଶବ ଉଦ୍ଧାର

ବ୍ରହ୍ମପୁର: ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅଧୀନ ହଳଦିଆପଦର ଅଟୋନଗର ସ୍ଥିତ ଓୟୋ ହୋଟେଲର ଏକ କୋଠରୀରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଯୁବତୀଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅର୍ନ୍ତଗତ ବୀରଭଦ୍ରପୁର। ସେଠାକାର ଅଙ୍ଗନବାଡ଼ି କେନ୍ଦ୍ରରେ ସେ ଅଙ୍ଗନବାଡ଼ି କର୍ମୀ ଭାବେ ନିୟୋଜିତ ଥିଲେ। ଜନ୍ମଦିନ ପାଳନ ପାଇଁ ସେ ପୁରୁଷ ବନ୍ଧୁ ତଥା ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିର ଜଣେ ଯୁବକଙ୍କ ସହ‌ [...]

Admin•13 जनवरी 2024
Share Article:

ବ୍ରହ୍ମପୁର: ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅଧୀନ ହଳଦିଆପଦର ଅଟୋନଗର ସ୍ଥିତ ଓୟୋ ହୋଟେଲର ଏକ କୋଠରୀରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଯୁବତୀଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅର୍ନ୍ତଗତ ବୀରଭଦ୍ରପୁର। ସେଠାକାର ଅଙ୍ଗନବାଡ଼ି କେନ୍ଦ୍ରରେ ସେ ଅଙ୍ଗନବାଡ଼ି କର୍ମୀ ଭାବେ ନିୟୋଜିତ ଥିଲେ। ଜନ୍ମଦିନ ପାଳନ ପାଇଁ ସେ ପୁରୁଷ ବନ୍ଧୁ ତଥା ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିର ଜଣେ ଯୁବକଙ୍କ ସହ‌ ଏଠାକୁ ଆସିଥିଲେ। ଫେସ୍ ବୁକରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶୁକ୍ରବାର ରାତିରେ ହୋଟେଲ ରୁମ୍ ନମ୍ବର ୨୦୫ରେ ଯୁବତୀଙ୍କୁ ପ୍ରବଳ ବାନ୍ତି ହେବା ସହ ତାଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଏମକେସିଜିକୁ ନେଇଥିଲେ ତାଙ୍କ ପୁରୁଷ ବନ୍ଧୁ। ହେଲେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଆଜି ଗୋଳନ୍ଥରା ଥାନା ପୋଲିସ ହୋଟେଲରେ ତଦନ୍ତ କରିଛି। ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରାଯାଉଛି।

#Odia#Odisha#News
Share Article:

Related Articles