ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଦ୍ୱିଶତକ, ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଓଡିଶାର ବିଶାଳ ସ୍କୋର
ଇନ୍ଦୋର – ଏଠାରେ ଚାଲିଥିବା ଏଲିଟ ଗ୍ରୁପ୍ ‘ଡି’ ରଣଜୀ ଟ୍ରଫି ମ୍ୟାଚରେ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଲଢୁଆ ଦ୍ୱିଶତକ ଫଳରେ ଓଡ଼ିଶା ମଧ୍ୟପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ବଡ ସ୍କୋର କରିଛି । ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ ହରାଇ କରିଛି ୪୯୩ ରନ୍ । ଶୁଭ୍ରାଂଶୁ ସେନାପତି ୨୭୭ ରନ୍ କରି ଅପରାଜିତ ଅଛନ୍ତି । ଶୁଭ୍ରାଂଶୁ ୪୮୩ଟି ବଲ୍ ଖେଳି ୧୯ଟି ଚୈ।କା ଓ ୧୧ଟି [...]
ଇନ୍ଦୋର – ଏଠାରେ ଚାଲିଥିବା ଏଲିଟ ଗ୍ରୁପ୍ ‘ଡି’ ରଣଜୀ ଟ୍ରଫି ମ୍ୟାଚରେ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଲଢୁଆ ଦ୍ୱିଶତକ ଫଳରେ ଓଡ଼ିଶା ମଧ୍ୟପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ବଡ ସ୍କୋର କରିଛି । ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ ହରାଇ କରିଛି ୪୯୩ ରନ୍ । ଶୁଭ୍ରାଂଶୁ ସେନାପତି ୨୭୭ ରନ୍ କରି ଅପରାଜିତ ଅଛନ୍ତି । ଶୁଭ୍ରାଂଶୁ ୪୮୩ଟି ବଲ୍ ଖେଳି ୧୯ଟି ଚୈ।କା ଓ ୧୧ଟି ଛକ୍କା ସହ ୨୭୭ ରନ୍ କରିଛନ୍ତି । ଡେବ୍ୟୁଟାଣ୍ଟ ହର୍ଷିତ ରାଠୋଡ୍ ୬୦ ରନ୍ କରି ଅପରାଜିତ ଅଛନ୍ତି । ଶୁଭ୍ରାଂଶୁ ଓ ହର୍ଷିତ ନବମ ୱିକେଟରେ ଏ ଯାଏଁ ୨୩୪ ରନ୍ ଯୋଗ କରିଛନ୍ତି। ମଧ୍ୟ ପ୍ରଦେଶ ଏହି ମ୍ୟାଚରେ ଟସ୍ ଜିଣି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ ପାଇଁ କହିଥିଲା । ପ୍ରଥମ ଦିନରେ ଓଡ଼ିଶା ୬ ୱିକେଟ ହରାଇ ୨୦୮ ରନ୍ କରିଥିଲା । ଶୁଭ୍ରାଂଶୁ ସେନାପତି ୮୭ ରନ୍ କରି ଅପରାଜିତ ଥିଲେ । ଆଜି ଶୁଭ୍ରାଂଶୁ ନିମ୍ନକ୍ରମ ବ୍ୟାଟରମାନଙ୍କ ସହ ଲଢୁଆ ବ୍ୟାଟିଂ କରି ଉପଯୋଗୀ ରନ୍ ଯୋଡିଥିଲେ । ସେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସହ ସପ୍ତମ ୱିକେଟରେ ୫୧ ଓ ନବମ ୱିକେଟରେ ପଦାର୍ପଣ ମ୍ୟାଚ ଖେଳୁଥିବା ହର୍ଷିତ ରାଠୋଡଙ୍କ ସହ ୨୩୪ ରନ୍ ଯୋଡ଼ି ଓଡ଼ିଶାର ସ୍ଥିତି ବେଶ୍ ମଜବୁତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଚଳିତ ସିଜନରେ ନିଜର ପ୍ରଥମ ରଣଜୀ ମ୍ୟାଚରେ ଓଡିଶା ବରୋଦା ଠାରୁ ୧୪୭ ରନରେ ପରାସ୍ତ ହୋଇଥିଲା।
Odisha Govt Introduces ‘E-Lecturers’ on Virtual Tutorial Platform for Students Pursuing Higher Education
Next Article୬ ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
