न्यूज़रूम ओडिशा
ब्रेकिंग
ओडिया समाचार

ସମଲେଇ ପ୍ରକଳ୍ପ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତି: ଆରଡିସିଙ୍କ ସମୀକ୍ଷା

ସମ୍ବଲପୁର: ଆସନ୍ତା ୨୭ ତାରିଖରେ ମାଁ ସମଲେଶ୍ବରୀଙ୍କ ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଚୂଡାନ୍ତ ହୋଇଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲା ସମେତ ଛତିଶଗଡର ବିଭିନ୍ନ ମନ୍ଦିରରେ ମଧ୍ଯ ନିମନ୍ତ୍ରଣ ପ୍ରଦାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଏହାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପ ଉଦଘାଟନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। [...]

Admin•16 जनवरी 2024
Share Article:

ସମ୍ବଲପୁର: ଆସନ୍ତା ୨୭ ତାରିଖରେ ମାଁ ସମଲେଶ୍ବରୀଙ୍କ ଉନ୍ନୟନ ସଂପର୍କିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଚୂଡାନ୍ତ ହୋଇଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲା ସମେତ ଛତିଶଗଡର ବିଭିନ୍ନ ମନ୍ଦିରରେ ମଧ୍ଯ ନିମନ୍ତ୍ରଣ ପ୍ରଦାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଏହାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର।

ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପ ଉଦଘାଟନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମଲେଇ ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ମଣ୍ଡପ ନିର୍ମାଣ, ପାସ ପ୍ରଦାନ, ପୁଲିସ କଣ୍ଟ୍ରୋଲ ରୁମ୍, ସିସିଟିଭି ସେଟଅପ୍, ଆମ୍ବୁଲାନ୍ସ ଓ ଡାକ୍ତରଙ୍କୁ ନେଇ ମେଡିକାଲ ରୁମ୍, ହେଲ୍ପ ଡେସ୍କ, ଗଣମାଧ୍ୟମ ପରିଚାଳନା, ସଫେଇ ଓ ପରିମଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।

ଆଜିର ବୈଠକରେ ରାଜସ୍ବ ବିଭାଗୀୟ କମିଶନର (ଉତ୍ତରାଞ୍ଚଳ) ସୁରେଶ ଚନ୍ଦ୍ର ଦଳାଇ, ପୁଲିସ ଉପମହାନିରୀକ୍ଷକ ଡ. ଦୀପକ କୁମାର ଆଇ.ପି.ଏସ୍, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆଇ.ଏ.ଏସ୍, ଏସ.ଏମ.ସି କମିଶନର ବେଦ ଭୂଷଣ ଆଇ.ଏ.ଏସ୍,ରେହାନ କ୍ଷେତ୍ରୀ ଆଇ.ଏ.ଏସ, ଅତିରିକ୍ତ ଜିଲ୍ଲାପାଳ କଟକ ଶ୍ରୀ ଉମାକାନ୍ତ ରାଜ , ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରଦୀପ ସାହୁ, ଅତିରିକ୍ତ ଜିଲ୍ଲାପାଳ ଜେନେରାଲ ଅଜାମ୍ବର ମହାନ୍ତି, ସମଲେଇ ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles