न्यूज़रूम ओडिशा
ब्रेकिंग
ओडिया समाचार

ସର୍ବସାଧାରଣଙ୍କ ପାଇଁ ଆଜି ଖୋଲିବ ଶ୍ରୀସେତୁ ଓ ଶ୍ରୀମାର୍ଗ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ପୁରୀରେ ଆଜି ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ- ଶ୍ରୀସେତୁ ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆ ରାସ୍ତା- ଶ୍ରୀମାର୍ଗ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପର ଉଦ୍‌‌ଘାଟନ କରିବା ପରେ ଏହା ଭକ୍ତ ଏବଂ ଯାତ୍ରୀଙ୍କୁ ସେବା ଯୋଗାଇବ। ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଶ୍ରୀସେତୁ । ଏହାର ନିର୍ମାଣ ଡିଜାଇନ ବି [...]

Admin•17 जनवरी 2024
Share Article:

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ପୁରୀରେ ଆଜି ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ- ଶ୍ରୀସେତୁ ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆ ରାସ୍ତା- ଶ୍ରୀମାର୍ଗ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପର ଉଦ୍‌‌ଘାଟନ କରିବା ପରେ ଏହା ଭକ୍ତ ଏବଂ ଯାତ୍ରୀଙ୍କୁ ସେବା ଯୋଗାଇବ।
ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଶ୍ରୀସେତୁ । ଏହାର ନିର୍ମାଣ ଡିଜାଇନ ବି ଆକର୍ଷଣୀୟ । ପୁରୀକୁ ଆସୁଥିବା ସମସ୍ତ ଚାରିଚକିଆ ମଙ୍ଗଳାଘାଟ ବାଇପାସ୍‌‌ ଦେଇ ସିଧାସଳଖ ଶ୍ରୀସେତୁ ମାଧ୍ୟମରେ ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ବହୁତଳ ପାର୍କିଂରେ ପହଞ୍ଚିବେ। ସେଠାରେ ଗାଡ଼ି ପାର୍କିଂ କରିବେ। ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରେ ୧୨ ଶହରୁ ଅଧିକ କାର୍‌‌ ଏବଂ ୩୦୦ରୁ ଊର୍ଦ୍ଧ୍ବ ବାଇକ୍‌‌ ରହିବାର ବ୍ୟବସ୍ଥା ରହିଛି। ଅବଢ଼ା ଯୋଜନାରେ ୧୬୧.୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଶ୍ରୀସେତୁର ଦୈର୍ଘ୍ୟ ରହିଛି ୨ କିଲୋମିଟର ୩୦୦ ମିଟର ।

ସେହିପରି ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର (ଜେବିପିସି)ରୁ ଦୋଳବେଦୀକୁ ସଂଯୋଗ ହୋଇଛି ନୂଆ ରାସ୍ତା ଶ୍ରୀମାର୍ଗ। ପ୍ରାୟ ୮୦୦ ମିଟର ଲମ୍ବ, ୧୨ ମିଟର ଚଉଡ଼ା ଏହି ରାସ୍ତାର ଉଭୟ ପାର୍ଶ୍ବକୁ ସବୁ ଜିମାମୟ କରାଯାଇଛି । ଜେବିପିସିରେ ଭକ୍ତ ଓ ଯାତ୍ରୀ ପହଞ୍ଚି ସେଠାରେ ଗାଡ଼ି ପାର୍କିଂ କରିବା ପରେ ଏହି ରାସ୍ତାଦେଇ ଚାଲିକି କିମ୍ବା ବ୍ୟାଟେରି ଗାଡିରେ କମ୍‌‌ ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚି ପାରିବେ।

#Odia#Odisha#News
Share Article:

Related Articles