ତୀର୍ଥ ଯାତ୍ରାରେ ବାହାରିଲେ ପାଞ୍ଚ ଜିଲ୍ଲାର ହଜାରେ ବରିଷ୍ଠ ନାଗରିକ
ବ୍ରହ୍ମପୁର: ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲେ ପାଞ୍ଚ ଜିଲ୍ଲାର ୯୭୦ ବରିଷ୍ଠ ତୀର୍ଥଯାତ୍ରୀ ଓ ୩୦ ସହାୟକ, ଗାଇଡ୍। ବ୍ରହ୍ମପୁର ଷ୍ଟେସନରୁ ରେଳ ଯୋଗେ ବୁଧବାର ପୂର୍ବାହ୍ନରେ ଏମାନଙ୍କ ଯାତ୍ରା ଆରମ୍ଭ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୫୦, ନୟାଗଡ଼ ଜିଲ୍ଲାର ୧୫୦, କନ୍ଧମାଳ ଜିଲ୍ଲାର ୧୧୫, ଗଜପତି ଜିଲ୍ଲାର ୧୧୫ ଓ ବୌଦ୍ଧ ଜିଲ୍ଲାର ୭୦ ଜଣ ବରିଷ୍ଠ ନାଗରିକ ଓ ସହାୟକ। ଏମାନଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ଭବ୍ୟ [...]
ବ୍ରହ୍ମପୁର: ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲେ ପାଞ୍ଚ ଜିଲ୍ଲାର ୯୭୦ ବରିଷ୍ଠ ତୀର୍ଥଯାତ୍ରୀ ଓ ୩୦ ସହାୟକ, ଗାଇଡ୍। ବ୍ରହ୍ମପୁର ଷ୍ଟେସନରୁ ରେଳ ଯୋଗେ ବୁଧବାର ପୂର୍ବାହ୍ନରେ ଏମାନଙ୍କ ଯାତ୍ରା ଆରମ୍ଭ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୫୦, ନୟାଗଡ଼ ଜିଲ୍ଲାର ୧୫୦, କନ୍ଧମାଳ ଜିଲ୍ଲାର ୧୧୫, ଗଜପତି ଜିଲ୍ଲାର ୧୧୫ ଓ ବୌଦ୍ଧ ଜିଲ୍ଲାର ୭୦ ଜଣ ବରିଷ୍ଠ ନାଗରିକ ଓ ସହାୟକ। ଏମାନଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ ଆଭାସୀ ମାଧ୍ୟମରେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାକୁ ଶୁଭ ଉଦଘାଟନ କରିଛନ୍ତି।

ପାଞ୍ଚ ଦିନ ଓ ଛଅ ରାତି କାଳ ଏମାନେ ବିଭିନ୍ନ ତୀଥସ୍ଥଳ ପରିଦର୍ଶନ କରିବେ। ଗୋଟିଏ ଦିନ ରହଣୀ ହେବ। ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା ଉପସ୍ଥିତ ଥିଲେ।
ଆଜି ତୃତୀୟ ଟି-୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ
Next Articleସରକାରୀ ବଙ୍ଗଳା ତୁରନ୍ତ ଖାଲି କରିବାକୁ ମହୁଆଙ୍କୁ ନୋଟିସ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
