न्यूज़रूम ओडिशा
ब्रेकिंग
ओडिया समाचार

ଗୋପାଳପୁର ବେଳାଭୂମି ମହୋତ୍ସବ ପ୍ରସ୍ତୁତି ତ୍ବରାନ୍ବିତ

ବ୍ରହ୍ମପୁର: ଆସନ୍ତା ୨୫ ତାରିଖ ଗୁରୁବାରରୁ ଆରମ୍ଭ ହେବ ବେଳାଭୂମି ମହୋତ୍ସବ। ଚାରିଦିନିଆ ମହୋତ୍ସବ ପାଇଁ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛି ଜିଲ୍ଲା ପ୍ରଶାସନ। ସାଂସ୍କୃତିକ ତଥା ସଭା ମଞ୍ଚ ସଜ୍ଜା ଓ ପଲ୍ଲୀଶ୍ରୀ ମେଳା ସକାଶେ ଷ୍ଟଲ୍ ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। ମିଶନ୍ ଶକ୍ତି ସଦସ୍ୟାମାନଙ୍କ ପାଇଁ ୩୦୦ ଗୋଟି ଷ୍ଟଲ୍ କରାଯାଉଛି। ସେଥିରେ ଏସ୍ଏଚଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀ, ବିଭିନ୍ନ କଳାକୃତି ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରଦର୍ଶନୀ ତଥା [...]

Admin•19 जनवरी 2024
Share Article:

ବ୍ରହ୍ମପୁର: ଆସନ୍ତା ୨୫ ତାରିଖ ଗୁରୁବାରରୁ ଆରମ୍ଭ ହେବ ବେଳାଭୂମି ମହୋତ୍ସବ। ଚାରିଦିନିଆ ମହୋତ୍ସବ ପାଇଁ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛି ଜିଲ୍ଲା ପ୍ରଶାସନ। ସାଂସ୍କୃତିକ ତଥା ସଭା ମଞ୍ଚ ସଜ୍ଜା ଓ ପଲ୍ଲୀଶ୍ରୀ ମେଳା ସକାଶେ ଷ୍ଟଲ୍ ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। ମିଶନ୍ ଶକ୍ତି ସଦସ୍ୟାମାନଙ୍କ ପାଇଁ ୩୦୦ ଗୋଟି ଷ୍ଟଲ୍ କରାଯାଉଛି। ସେଥିରେ ଏସ୍ଏଚଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀ, ବିଭିନ୍ନ କଳାକୃତି ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରଦର୍ଶନୀ ତଥା ବିକ୍ରିବଟା ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ ମଞ୍ଚରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ ଗଞ୍ଜାମ ଜିଲ୍ଲାର ବହୁ ଲୋକ କଳାକାର, ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ଓଡ଼ିଶା ବାହାରୁ ନାମୀଦାମୀ କଳାକାର।

ତେଣେ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ଜିଲ୍ଲା ପ୍ରସ୍ତୁତିକୁ ଅନୁଧ୍ୟାନ କରିଛନ୍ତି ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ମଲ୍ଲିକ ଓ ଅନ୍ୟ ବରିଷ୍ଠ ଅଧିକାରୀ। ସମ୍ଭାବ୍ୟ ଗହଳିକୁ ନଜରରେ ରଖି ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକୀକରଣ, ବିଶୁଦ୍ଧ ପାନୀୟ ଜଳ, ପାର୍କିଂ ବ୍ୟବସ୍ଥା, ଦର୍ଶକ ମାନଙ୍କ ପାଇଁ ବସିବା ବ୍ୟବସ୍ଥା ଆଦି ତଦାରଖ କରିଛନ୍ତି। ଏହି ସମୟରେ ବ୍ରହ୍ମପୁର ମହାନଗର ନିଗମ, ଗୋପାଳପୁର ଓ ଛତ୍ରପୁର ଏନ୍ଏସି ତଥା ରଙ୍ଗେଇଲୁଣ୍ଡା ବ୍ଲକର ବରିଷ୍ଠ ଅଧିକାରୀଗଣ। ବେଳାଭୂମି ମହୋତ୍ସବ ଯେପରି ଆକର୍ଷଣୀୟ ହେବ, ଲୋକେ ସୁରୁଖୁରୁରେ ଏହାର ମଜା ଉଠାଇ ପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଯାବତୀୟ ବ୍ୟବସ୍ଥା କରିଛି।

#Odia#Odisha#News
Share Article:

Related Articles