न्यूज़रूम ओडिशा
ब्रेकिंग
ओडिया समाचार

ଗଜପତି ଜିଲ୍ଲାରେ ୫୮ଟି ପ୍ରଜାତିର ୯୩୫୩ ପକ୍ଷୀ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ୫୮ଟି ପ୍ରଜାତିର ସମୁଦାୟ ୯୩୫୩ ପକ୍ଷୀ ଠାବ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଲିଚିଆ ବଗ, କଣ୍ଟି ବଗ, ଗୋଇୟା ବଗ, କାନ୍ତି ବଗ, ପାଣି କୁଆ, ହଂସରାଳି, ପାଣି କୁକୁଡ଼ା, ସରାଳି, ଦଳ ଖୁମ୍ପି, ଖପରା ଖାଇ, ଗେଣ୍ଡି ପକ୍ଷୀ ଆଦି ସମେତ କିଛି ବିଦେଶାଗତ ପକ୍ଷୀ ଅନ୍ତର୍ଭୁକ୍ତ। ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ୭ଟି ବନାଞ୍ଚଳରେ ଚଳିତ ବର୍ଷ ୪୨ଟି ପକ୍ଷୀ ଗଣନା ଦଳ ଦ୍ବାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୨୦୦ରୁ [...]

Admin•20 जनवरी 2024
Share Article:

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ୫୮ଟି ପ୍ରଜାତିର ସମୁଦାୟ ୯୩୫୩ ପକ୍ଷୀ ଠାବ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଲିଚିଆ ବଗ, କଣ୍ଟି ବଗ, ଗୋଇୟା ବଗ, କାନ୍ତି ବଗ, ପାଣି କୁଆ, ହଂସରାଳି, ପାଣି କୁକୁଡ଼ା, ସରାଳି, ଦଳ ଖୁମ୍ପି, ଖପରା ଖାଇ, ଗେଣ୍ଡି ପକ୍ଷୀ ଆଦି ସମେତ କିଛି ବିଦେଶାଗତ ପକ୍ଷୀ ଅନ୍ତର୍ଭୁକ୍ତ। ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ୭ଟି ବନାଞ୍ଚଳରେ ଚଳିତ ବର୍ଷ ୪୨ଟି ପକ୍ଷୀ ଗଣନା ଦଳ ଦ୍ବାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୨୦୦ରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଥିଲେ। ପାରଳାଖେମୁଣ୍ଡି ଡିଏଫ୍ଓ ଏସ୍. ଆନନ୍ଦଙ୍କ ତତ୍ତ୍ବାବଧାନରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହୋଇଯାଇଛି। ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି, ମହେନ୍ଦ୍ରଗିରି, କାଶୀନଗର, ମୋହନା, ରାମଗିରି, ଆର୍.ଉଦୟଗିରି ଓ ଦେବଗିରି ବନାଞ୍ଚଳର ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରାଯାଇ ଥିଲା। ଦେବଗିରି ରେଞ୍ଜ୍ ଅନ୍ତର୍ଗତ ଗଜପତି ସାଗରରେ ସର୍ବାଧିକ ୨୬୬୦ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଠାବ ହୋଇଥିଲେ।

#Odia#Odisha#News
Share Article:

Related Articles