न्यूज़रूम ओडिशा
ब्रेकिंग
ओडिया समाचार

ଏ ଜାତିର ଚିର ନମସ୍ୟ ସଂଗ୍ରାମୀ ଚକରା ବିଶୋଇ

ପୁରୀ : ଦେଶର ସ୍ୱାଧୀନତା ପାଇଁ ଯେଉଁ କେତେଜଣ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ଏ ଦେଶ ଜାତି ପାଇଁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଘୁମୁସର ସିଂହ ଚକରା ବିଶୋଇ ଅନ୍ୟତମ। ମାତ୍ର ତେରବର୍ଷ ବୟସରେ ମାତୃଭୂମି ପ୍ରତି ତାଙ୍କର ଅଗାଧପ୍ରେମ ଇତିହାସରେ ବିରଳ ବୋଲି ଉପସ୍ଥିତ ବକ୍ତାଗଣ ମତ ପ୍ରକାଶ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଉତ୍କଳର ବରପୁତ୍ର ଚକରା ବିଶୋଇଙ୍କ ପବିତ୍ର ଜୟନ୍ତୀ ଉତ୍ସବ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଞ୍ଜଳି ପକ୍ଷରୁ ପୁରୀ [...]

Admin•21 जनवरी 2024
Share Article:

ପୁରୀ : ଦେଶର ସ୍ୱାଧୀନତା ପାଇଁ ଯେଉଁ କେତେଜଣ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ଏ ଦେଶ ଜାତି ପାଇଁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଘୁମୁସର ସିଂହ ଚକରା ବିଶୋଇ ଅନ୍ୟତମ। ମାତ୍ର ତେରବର୍ଷ ବୟସରେ ମାତୃଭୂମି ପ୍ରତି ତାଙ୍କର ଅଗାଧପ୍ରେମ ଇତିହାସରେ ବିରଳ ବୋଲି ଉପସ୍ଥିତ ବକ୍ତାଗଣ ମତ ପ୍ରକାଶ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଉତ୍କଳର ବରପୁତ୍ର ଚକରା ବିଶୋଇଙ୍କ ପବିତ୍ର ଜୟନ୍ତୀ ଉତ୍ସବ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଞ୍ଜଳି ପକ୍ଷରୁ ପୁରୀ ଧ୍ୟାନମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଗୁରୁଚରଣ ଦାସଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥି ଭାବରେ ଯୋଗଦେଇ ତାଙ୍କର ଗୁଣଗାନ କରିଥିଲେ।

1823 ରେ ଜନ୍ମ ଲାଭ କରିଥିବା ଏହି ବୀରପୁରୁଷ ମାତ୍ର ତେରବର୍ଷ ବୟସରେ ଅଦମ୍ୟ ଦେଶପ୍ରୀତି ପ୍ରଦର୍ଶନ କରି ବ୍ରିଟିଶ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସେଥିପାଇଁ ତାଙ୍କୁ ଦୀର୍ଘ 10 ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହି ମହାପରୁଷଙ୍କ ନିଧନ ଆଜିବି ଅସମାହିତ ଭାବରେ ରହିଛି। ଯାହାର ସତ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚିତ ହୋଇ ପାରିନାହିଁ। ତାଙ୍କର ନିଷ୍ଠା ଓ ତ୍ୟାଗ ଆମ ପରପିଢ଼ି ପାଇଁ ଏକ ପ୍ରେରଣା ର ଉତ୍ସ ବୋଲି ସିଏ ଅବିହିତ କରିଥିଲେ।ଅନ୍ୟତମ ଅତିଥି ଭାବରେ ବିଶିଷ୍ଟ ଲେଖକ ସୁରେଶ କୁମାର ପଟ୍ଟନାୟକ, ଅଧିବକ୍ତା ଭାଗବତ ପ୍ରସାଦ ପଟ୍ଟନାୟକ, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଯୋଗ ଦେଇ ଚକରା ବିଶୋଇ ଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ।ଆୟୋଜିତ ଆଲୋଚନା ଚକ୍ରରେ ରାଜେଶ ମହାନ୍ତି, ନାରାୟଣ ମିଶ୍ର , ଅଧିବକ୍ତା ରତିକାନ୍ତ ପ୍ରତିହାରୀ, ଯଜ୍ଞସ୍ୱର1 ମହାନ୍ତି, ପ୍ରଦୀପ କୁମାର ନାୟକ ଉପସ୍ଥିତ ଥିଲେ। ଶେଷରେ ଭବାନୀ ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ।

#Odia#Odisha#News
Share Article:

Related Articles