୨୦ ଜଣଙ୍କୁ ମିଳିବ ରାଜ୍ୟପାଳଙ୍କ ପୋଲିସ ପଦକ
ଭୁବନେଶ୍ବର – ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ । ଦୁଇ ଜଣ ଆଇଜିଙ୍କ ସମେତ ୨୦ ଜଣଙ୍କୁ ରାଜ୍ୟପାଳଙ୍କ ପଦକ ପାଇଁ ଚୟନ କରାଯାଇଛି । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ । ସେହିଭଳି କ୍ୟାଟୋଗରୀ- ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ରାଜ୍ୟପାଳଙ୍କ ପଦକ [...]
ଭୁବନେଶ୍ବର – ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ । ଦୁଇ ଜଣ ଆଇଜିଙ୍କ ସମେତ ୨୦ ଜଣଙ୍କୁ ରାଜ୍ୟପାଳଙ୍କ ପଦକ ପାଇଁ ଚୟନ କରାଯାଇଛି । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ ।
ସେହିଭଳି କ୍ୟାଟୋଗରୀ- ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ରାଜ୍ୟପାଳଙ୍କ ପଦକ । କ୍ୟାଟୋଗରୀ- ୩ରେ ବରିଷ୍ଠ ଓପିଏସ ତଥା ବିପିଏସପିଏର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, ଏସିପି ମାନସ ଗଡ଼ନାୟକ, କ୍ୟାଟୋଗରୀ- ୪ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲ ଆନନ୍ଦ, ଗଞ୍ଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ , ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ହେମାମାଳିନୀ ନାୟକ ପାଇବେ ପଦକ ।
କ୍ୟାଟୋଗରୀ- ୫ରେ ରାଉରକେଲା ଏସଆଇ ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଞ୍ଜୟ ପଟ୍ଟନାୟକ, କ୍ୟାଟୋଗରୀ- ୬ରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ୱାଳ ପାଇବେ ସମ୍ମାନଜନକ ପଦକ । କ୍ୟାଟୋଗରୀ ୭ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀ, ଓଏସଏପି ସିପାହୀ ବିଶ୍ୱକର୍ମା ମୁଣ୍ଡା ଓ ସିପାହୀ କେଦାରନାଥ ମିଶ୍ର ରାଜ୍ୟପାଳ ପୋଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।
ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ମିଳିବ ରାଜ୍ୟପାଳଙ୍କ ପଦକ
Next Articleଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
