न्यूज़रूम ओडिशा
ब्रेकिंग
ओडिया समाचार

ଖଲ୍ଲିକୋଟ: କାର୍ ଧକ୍କାରେ ଦମ୍ପତି ମୃତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ନାରାୟଣୀ ଛକରେ ଆଜି ମଧ୍ୟାହ୍ନରେ ଏକ କାର୍ ଧକ୍କାରେ ବାଇକ୍ ଆରୋହୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକ ପାଖରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ (୫୬) ଓ ତାଙ୍କ ପତ୍ନୀ କାବୁଲି ପ୍ରଧାନ (୫୦)। ଏକ ବାଇକ୍ ଯୋଗେ ଖାରିବନ୍ଧରେ ରହୁଥିବା ନାତିକୁ [...]

Admin•22 जनवरी 2024
Share Article:
ଖଲ୍ଲିକୋଟ: କାର୍ ଧକ୍କାରେ ଦମ୍ପତି ମୃତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ନାରାୟଣୀ ଛକରେ ଆଜି ମଧ୍ୟାହ୍ନରେ ଏକ କାର୍ ଧକ୍କାରେ ବାଇକ୍ ଆରୋହୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକ ପାଖରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ (୫୬) ଓ ତାଙ୍କ ପତ୍ନୀ କାବୁଲି ପ୍ରଧାନ (୫୦)।

 

ଏକ ବାଇକ୍ ଯୋଗେ ଖାରିବନ୍ଧରେ ରହୁଥିବା ନାତିକୁ ଦେଖିବାକୁ ଯାଇଥିଲେ ସ୍ବାମୀ-ସ୍ତ୍ରୀ। ନାତିକୁ ଏହି ଦେଖା ସେମାନଙ୍କ ଶେଷ ଭେଟ ହୋଇଥିଲା। ଆଇତିପୁର ଫେରୁଥିବା ସମୟରେ ନାରାୟଣୀ ଛକରେ ଦୁର୍ଘଟଣା ଘଟିଥିଲା। ପଛରୁ ଏକ ଦ୍ରୁତଗାମୀ କାର୍ ସେମାନଙ୍କ ବାଇକକୁ ଧକ୍କା ଦେବା ଫଳରେ ସ୍ୱାମୀ ସ୍ତ୍ରୀ ଛିଟିକି ପଡ଼ିଥିଲେ ଓ ସେଠାରେ ହିଁ ଦୁହିଁଙ୍କ ଜୀବନ ଚାଲଯାଇଛି। ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। କାର୍ ଡ୍ରାଇଭରକୁ ପୋଲିସ ଅଟକ ରଖିଛି।

#Odia#Odisha#News
Share Article:

Related Articles