ଶ୍ରୀରାମଙ୍କ ଭବ୍ୟ, ସୁନ୍ଦର ଓ ସୂକ୍ଷ୍ମ କଳାକୃତି କରିଛନ୍ତି ବ୍ରହ୍ମପୁରର ଯୁବ ଶିଳ୍ପୀ
ବ୍ରହ୍ମପୁର: ସାରା ଦେଶ ଏବେ ଶ୍ରୀରାମ ନାମ ଜପରେ ଝୁମି ଉଠିଛି। ଅଯୋଧ୍ୟାରେ ତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଛି ତେବେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗରର ଯୁବ ଶିଳ୍ପୀମାନେ ଏହି ଅବସରରେ ନିଜ କଳାକୌଶଳ ପ୍ରଦର୍ଶନ କରିଛନ୍ତି। ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପଥର, କାଠ ଓ ଚକଖଡିରେ ପୁରୁଷୋତ୍ତମ ଶ୍ରୀରାମଙ୍କ ମୂର୍ତ୍ତି ଓ ମନ୍ଦିରର ପ୍ରତିକୃତି ନିର୍ମାଣ କରିଛନ୍ତି। ୧ ସେଣ୍ଟିମିଟର ଓସାର, ୨ ସେମି [...]
ବ୍ରହ୍ମପୁର: ସାରା ଦେଶ ଏବେ ଶ୍ରୀରାମ ନାମ ଜପରେ ଝୁମି ଉଠିଛି। ଅଯୋଧ୍ୟାରେ ତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଛି ତେବେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗରର ଯୁବ ଶିଳ୍ପୀମାନେ ଏହି ଅବସରରେ ନିଜ କଳାକୌଶଳ ପ୍ରଦର୍ଶନ କରିଛନ୍ତି। ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପଥର, କାଠ ଓ ଚକଖଡିରେ ପୁରୁଷୋତ୍ତମ ଶ୍ରୀରାମଙ୍କ ମୂର୍ତ୍ତି ଓ ମନ୍ଦିରର ପ୍ରତିକୃତି ନିର୍ମାଣ କରିଛନ୍ତି। ୧ ସେଣ୍ଟିମିଟର ଓସାର, ୨ ସେମି ଉଚ୍ଚ ଗୋଟିଏ କାଠ ମନ୍ଦିର ଏବଂ ୯ ମିଲିମିଟର ଓସାର, ୪.୫ ସେମି ଉଚ୍ଚ ଆଉ ଏକ କାଠ ମନ୍ଦିର ତିଆରି କରିଛନ୍ତି ସେ। ଏଥିରେ ୧.୮ ସେମି ଓସାର, ୪ ସେମି ଉଚ୍ଚ ରାମଲଲାଙ୍କ ମୂର୍ତ୍ତି ବିଜେ କରିଛି। ଚକଖଡିରେ ସେ ୭ ମିମି ଓସାର, ୧.୮ ସେମି ଉଚ୍ଚ ମନ୍ଦିର ଏବଂ ୭ ମିମି ଓସାର, ୨.୭ ସେମି ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି। ସେହିପରି ପଥରରେ ୧.୫ ସେମି ଓସାର, ୨.୮ ସେମି ଉଚ୍ଚ ମନ୍ଦିର ସୃଷ୍ଟି କରିଛନ୍ତି ସତ୍ୟ ନାରାୟଣ।
ବ୍ରହ୍ମପୁରର କାଷ୍ଟ ଶିଳ୍ପୀ ଦିଲ୍ଲୀପ ମହାରଣା ୧୧ ଇଞ୍ଚ ଓସାର, ୧୪ ଇଞ୍ଚ ଉଚ୍ଚ କାଷ୍ଟ କଳାକୃତି କରିଛନ୍ତି। ଉତ୍କଳୀୟ କଳା ଭାସ୍କର୍ଯ୍ୟ ପ୍ରଦର୍ଶିତ କରୁଥିବା ଏହି ସୃଷ୍ଟିରେ ସେ ଶ୍ରୀରାମ, ମାତା ସୀତା, ବୀର ଲକ୍ଷ୍ମଣ ଓ ଶ୍ରୀହନୁମାନଙ୍କ ସମେତ ଚାରିକୋଣରେ ଚାରି ଧାମ ସ୍ଥାପନ କରିଛନ୍ତି। ୨.୬ ଇଞ୍ଚ ଉଚ୍ଚତାର ଶ୍ରୀରାମ ମୂର୍ତ୍ତି, ୨.୫ ଇଞ୍ଚର ମାତା ସୀତା ଓ ବୀର ଲକ୍ଷ୍ମଣଙ୍କ ମୂର୍ତ୍ତି, ୧.୫ ଇଞ୍ଚର ଉଚ୍ଚ ଶ୍ରୀହନୁମାନ ମୂର୍ତ୍ତି ସହ ୨ ଇଞ୍ଚର ଶ୍ରୀଜଗନ୍ନାଥ ଓ ଶ୍ରୀରାମେଶ୍ବର ମନ୍ଦିର, ୨.୨୫ ଇଞ୍ଚର ଶ୍ରୀବଦ୍ରିନାଥ ଓ ଶ୍ରୀଦ୍ବାରିକା ମନ୍ଦିର ସ୍ଥାପନ କରିଛନ୍ତି। ଏଥିପାଇଁ ସେ ୧୫ ଦିନ କାଳ ପରିଶ୍ରମ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ମାମୁଁ ବାସ୍ତୁବିତ୍ ଡଃ. ସନ୍ନ୍ୟାସୀ ମହାରଣା, ବାପା ଭଗବାନ ଓ ସାନ ଭାଇ ମନୋଜ।
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Next Articleବିଧାନସଭା ବାଚସ୍ପତିଙ୍କ ଆଦେଶ ବିରୋଧରେ ଠାକରେ ଗୋଷ୍ଠୀର ଆବେଦନ ଉପରେ ସିନ୍ଦେ ଓ ଅନ୍ୟ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
