न्यूज़रूम ओडिशा
ब्रेकिंग
ओडिया समाचार

୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି: ଛାତ୍ରଛାତ୍ରୀମାନେ ଯେପରି ଉନ୍ନତ ସୁବିଧା ସୁଯୋଗ ପାଇପାରିବେ, ଶିକ୍ଷାନୁଷ୍ଠାନ ପରିସର ଯୁଗପଯୋଗୀ ଭାବେ ବିକଶିତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଯତ୍ନ ନେଉଛନ୍ତି। ସେଥିପାଇଁ ସ୍କୁଲ କଲେଜକୁ ବହୁଳ ଅନୁଦାନ ମଞ୍ଜୁର କରାଯାଇଛି। ସେଥିରେ ଶିକ୍ଷାନୁଷ୍ଠାନ ବିକଶିତ ହେବା ସହ ଛାତ୍ରଛାତ୍ରୀମାନେ ଏହାର ଲାଭ ନେଇ ନିଜ କ୍ୟାରିୟରକୁ ଉନ୍ନତ କରି ଗଢି ଉଠନ୍ତୁ। ରାଜ୍ୟ ଓ ଜାତିର ସୁନାମ ରଖନ୍ତୁ ବୋଲି କହିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ [...]

Admin•23 जनवरी 2024
Share Article:

ପାରଳାଖେମୁଣ୍ଡି: ଛାତ୍ରଛାତ୍ରୀମାନେ ଯେପରି ଉନ୍ନତ ସୁବିଧା ସୁଯୋଗ ପାଇପାରିବେ, ଶିକ୍ଷାନୁଷ୍ଠାନ ପରିସର ଯୁଗପଯୋଗୀ ଭାବେ ବିକଶିତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଯତ୍ନ ନେଉଛନ୍ତି। ସେଥିପାଇଁ ସ୍କୁଲ କଲେଜକୁ ବହୁଳ ଅନୁଦାନ ମଞ୍ଜୁର କରାଯାଇଛି। ସେଥିରେ ଶିକ୍ଷାନୁଷ୍ଠାନ ବିକଶିତ ହେବା ସହ ଛାତ୍ରଛାତ୍ରୀମାନେ ଏହାର ଲାଭ ନେଇ ନିଜ କ୍ୟାରିୟରକୁ ଉନ୍ନତ କରି ଗଢି ଉଠନ୍ତୁ। ରାଜ୍ୟ ଓ ଜାତିର ସୁନାମ ରଖନ୍ତୁ ବୋଲି କହିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ନୂଆ-ଓ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ ଏହା କହିଛନ୍ତି।

ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି ୫ଟି ଅଧ୍ୟକ୍ଷ। ପାରଳାଖେମୁଣ୍ଡି ନିକଟସ୍ଥ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟ ପଡ଼ିଆ ହେଲିପ୍ୟାଡରେ ଓହ୍ଲାଇ ସେ ମିନି ଷ୍ଟାଡିୟମ୍ ଯାଇ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ସେ କାଶୀନଗର ଏବଂ ଶେଷରେ ଆର୍.ଉଦୟଗିରି ବ୍ଲକର ରାମଗିରି ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଉଛନ୍ତି।

#Odia#Odisha#News
Share Article:

Related Articles