न्यूज़रूम ओडिशा
ब्रेकिंग
ओडिया समाचार

ଆଣ୍ଟିବାୟୋଟିକ ନେଇ କେନ୍ଦ୍ରର ନିର୍ଦ୍ଦେଶ ଅନୁପାଳନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର – କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଡାକ୍ତର ମାନଙ୍କୁ କାରଣ ଦର୍ଶାଇବାକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସବୁ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଚିଠି ଲେଖି କେନ୍ଦ୍ରର ନିର୍ଦ୍ଦେଶ ଅନୁପାଳନ ପାଇଁ କହିଛନ୍ତି। ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଲକ୍ଷଣ, କାରଣ, ଯୌକ୍ତିକତା ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଆଣ୍ଟିବାୟୋଟିକ୍ ଔଷଧର ଅପବ୍ୟବହାର ଓ ଅତ୍ୟଧିକ ବ୍ୟବହାର [...]

Admin•24 जनवरी 2024
Share Article:

ଭୁବନେଶ୍ୱର – କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଡାକ୍ତର ମାନଙ୍କୁ କାରଣ ଦର୍ଶାଇବାକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସବୁ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଚିଠି ଲେଖି କେନ୍ଦ୍ରର ନିର୍ଦ୍ଦେଶ ଅନୁପାଳନ ପାଇଁ କହିଛନ୍ତି।

ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଲକ୍ଷଣ, କାରଣ, ଯୌକ୍ତିକତା ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ ଆଣ୍ଟିବାୟୋଟିକ୍ ଔଷଧର ଅପବ୍ୟବହାର ଓ ଅତ୍ୟଧିକ ବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କ ପାଇଁ ଏପରି ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ଏହାଛଡ଼ା ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ଔଷଧ ଦୋକାନୀ ଆଣ୍ଟିବାୟୋଟିକ୍ ଦେବେ ନାହିଁ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଦେଶର ସମସ୍ତ ମେଡିକାଲ୍ କଲେଜ, ମେଡିକାଲ୍ ସଂଘ ଏବଂ ଫାର୍ମାସିଷ୍ଟ ସଂଘର ଡାକ୍ତରମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ।କେବଳ ପଞ୍ଜିକୃତ ଡ଼ାକ୍ତରଙ୍କ ଲେଖିଥିବା ପ୍ରେସକ୍ରିପସନ୍ ଦେଖାଇଲେ ହିଁ ଆଣ୍ଟିବାୟୋଟିକ୍ ଦେବାକୁ ଔଷଧ ଦୋକାନୀଙ୍କୁ କୁହାଯାଇଛି। ଔଷଧ ଦୋକାନୀ ପ୍ରେସକ୍ରିପସନ୍ ବିନା ଆଣ୍ଟିବାୟୋଟିକ୍ ଔଷଧ ବିକ୍ରି କରିବେନି ।

ଆଣ୍ଟିବାୟୋଟିକ୍ ଲେଖିବା ବେଳେ ରୋଗୀଠାରେ ଦେଖାଯାଉଥିବା ଲକ୍ଷଣଗୁଡିକ ସମ୍ପର୍କରେ ଡାକ୍ତରମାନେ ପ୍ରେସକ୍ରିପସନରେ ସଠିକ୍ ସୂଚନା ଦେବେ ‌। ଏହାର ଅପବ୍ୟବହାର କିମ୍ବା ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଡାକ୍ତରମାନେ ଏପରି ଔଷଧର ପ୍ରକୃତ ଉଦ୍ଦେଶ୍ୟ କିମ୍ବା ଆବଶ୍ୟକତାକୁ ସ୍ପଷ୍ଟ ଭାବରେ ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ -ଡବ୍ଲୁଏଚ୍ଓ ମୁତାବକ, ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର ଦ୍ବାରା ଶରୀରରେ ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାନ୍ସ (ଏଏମ୍ଆର) ବା ଔଷଧ ପ୍ରତିରୋଧକ ବ୍ୟାକ୍ଟେରିଆଙ୍କ ପ୍ରଭାବ ବଢ଼ିଯାଏ । ଫଳରେ ଆଣ୍ଟିବାୟୋଟିକ୍ ଔଷଧ ମଧ୍ୟ କାମ କରିନଥାଏ । ଏହା ସମ୍ପ୍ରତି ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ବୋଲି କହିଛି ଡବ୍ଲୁଏଚ୍ଓ ।

#Odia#Odisha#News
Share Article:

Related Articles