न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟରେ ଅଦିନିଆ ବର୍ଷାକୁ ଥଣ୍ଡା ପବନରେ ଲୋକେ ଅତିଷ୍ଠ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର – ରାଜ୍ୟରେ ଗତ କିଛି ଦିନ ହେବ ଅଦିନିଆ ବର୍ଷା ସାଙ୍ଗକୁ ଥଣ୍ଡା ପବନ ଲୋକଙ୍କୁ ଅତିଷ୍ଠ କରିଛି । ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ବଳୟ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି । ଆଜି ବି ଏଭଳି ସ୍ଥିତି ଜାରି ରହିବ । ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି [...]

Admin•25 जनवरी 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଗତ କିଛି ଦିନ ହେବ ଅଦିନିଆ ବର୍ଷା ସାଙ୍ଗକୁ ଥଣ୍ଡା ପବନ ଲୋକଙ୍କୁ ଅତିଷ୍ଠ କରିଛି । ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ବଳୟ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି । ଆଜି ବି ଏଭଳି ସ୍ଥିତି ଜାରି ରହିବ । ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗୁରୁଚାପ ବଳୟର ସକ୍ରିୟତା ଏବଂ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବାରୁ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ହାଲୁକା ବର୍ଷା ସାରା ରାଜ୍ୟରେ ଲାଗି ରହିଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତି ତାପମାତ୍ରା ମଧ୍ୟରେ ତାରତମ୍ୟ କମ୍ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାକାଲିଠୁ ପାଗରେ ପରିବର୍ତନ ଆସିବା ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles