‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ରାଜ୍ୟର ସବୁ ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଚାଲିବ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାରମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା । ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ । ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର [...]
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାରମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା । ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ ।
ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର ୫୧୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକ କଳାକାର ମାନଙ୍କର ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମର ଲୋକ କଳାକାରମାନେ ବହୁତ ଭଲ କାମ କରୁଛନ୍ତି ।ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଆପଣ ମାନେ ଲୋକଙ୍କୁ ଦେଉଛନ୍ତି। ଏହାଦ୍ଵାରା ଆମର ଲୋକକଳାର ଆଦର ବଢୁଛି ଏବଂ ଆମ କଳାକାରମାନେ ମଧ୍ୟ ରୋଜଗାର ପାଉଛନ୍ତି ।
ରାଜ୍ୟର ଲକ୍ଷ ଲକ୍ଷ ଲୋକ ଙ୍କୁ ଆପଣମାନେ ସଶକ୍ତ କରୁଛନ୍ତି ବୋଲି ମତ ଦେବା ସହିତ ସେ କହିଥିଲେ ଯେ ମୋ ସରକାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆମ କଳା ଓ କଳାକାର ମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ୨୦୧୦ରୁ କଳାକାର ସଂଘ ଗଠନ କରିଛି। ଏହି ଉପକ୍ରମ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା ବୋଲି ସୂଚନା ଦେଇ ସେ କହିଲେ ଯେ ଏବେ ଏହା ସବୁ ଜିଲ୍ଲା ଓ ସବୁ ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି ।
ଆମ ରାଜ୍ୟର କଳାକାର ସଂଘ ସାରା ବିଶ୍ଵରେ ଅନନ୍ୟ ବୋଲି ମତ ଦେଇ ସେ କହିଥିଲେ ଯେ ଆପଣ ମାନଙ୍କ ସହଯୋଗରେ ଆଜି ଏହି ସଂଘ ଆଗକୁ ବଢୁଛି ।
ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କଳାକାର ସାମିଲ ହେଉଥିବା ଜାଣି ସେ ଖୁସି ପ୍ରକାଶ କରିବା ସହିତ କହିଥିଲେ ଯେ ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ । ସାରାରାଜ୍ୟରେ ଦୁଇ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ। ଏଥିପାଇଁ ସମସ୍ତ ଲୋକ କଳାକାରମାନଙ୍କୁ ସେ ଶୁଭକାମନା ଜଣାଇଥିଲେ।
କଳାକାରମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାକାରମାନେ ମୋର ପରିବାରର ସଦସ୍ୟ ଭଳି। ଆପଣମାନେ ଭଲ କାମ ଜାରି ରଖନ୍ତୁ, ମୁଁ ଓ ରାଜ୍ୟ ସରକାର ସବୁବେଳେ ସହଯୋଗ ଯୋଗାଇ ଦେବୁ।
କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଲେ ଯେ ଓଡିଶା ହେଉଛି ପାରମ୍ପରିକ କଳାର ଗନ୍ତାଘର। ରାଜ୍ୟ ସରକାର କଳାକାରମାନଙ୍କ କଲ୍ୟାଣ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦ୍ୱାରା କଳାକାରମାନେ ମଧ୍ୟ ଆର୍ଥିକ ସ୍ତରରେ ଉପକୃତ ହେଉଛନ୍ତି।
୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଦୁଇଟି ବିଷୟ ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ପ୍ରଥମ କଥା ହେଲା କଳାକାରମାନଙ୍କ ସମ୍ମାନ। ସେମାନଙ୍କୁ ସମ୍ମାନ ଦେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ତ ଦେୟ ତୁରନ୍ତ ପ୍ରଦାନ କରିବା ଉଚିତ। ଦ୍ୱିତୀୟ କଥା ହେଉଛି ମିଶନ ଶକ୍ତି ଯେପରି ସୁଦୃଢ ହୋଇଛି କଳାକାରମାନଙ୍କ ସଂଘ ଗୁଡିକ ମଧ୍ୟ ସେହିପରି ସୁଦୃଢ ହେବା ଆବଶ୍ୟକ। ଏଥିପାଇଁ ଜିଲ୍ଲାପାଳ, ବିଡିଓ ଓ ସଂପୂର୍ଣ୍ଣ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ-ସଭାପତି ଶ ସନ୍ତୋଷ କୁମାର ପାଢୀ ଏବଂ ସୁନ୍ଦରଗଡ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ-ସଭାପତି ଫକୀର ବାଡ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ଆମେ କାମ ପାଉଛୁ, ରୋଜଗାର ପାଉଛୁ ଓ ସମ୍ମାନ ମଧ୍ୟ ପାଉଛୁ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇଛୁ। ମୁଖ୍ୟମନ୍ତ୍ରୀଙ୍କୁ ଆମେ କୃତଜ୍ଞତା ଜଣାଉଛୁ।
ସ୍ବାଗତ ଭାଷଣ ଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ କହିଲେ ଯେ ଏହା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ୨୦୦୯-୧୦ ବର୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୂଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ଏକ ମେଗା ଅଭିଯାନ ।ଏଥିରେ ୧୦ ବିଭାଗର ୧୫ଟି ଯୋଜନାର ପ୍ରଚାର ପ୍ରସାର କରାଯିବ। ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ଲୋକଙ୍କ ପାଖରେ ସହଜରେ ଓ ସୁବିଧାରେ ପହଞ୍ଚି ପାରୁଛି।
ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ , ଲୋକକଳାର କଳାକାରମାନେ ସେମାନଙ୍କ କଳା ଚାତୁରୀ ମାଧ୍ୟମରେ ବିଭିନ୍ନ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । ପାରମ୍ପରିକ ଦଣ୍ଡ ନାଚ, ରାସ, କରମା ସାନି ପାଲା, ଦାସକାଠିଆ, ସଂକୀର୍ତ୍ତନ, ଛଉ ନୃତ୍ୟ, ଘୋଡ଼ା ନାଚ, ମୋଗଲ ତାମସା, ପ୍ରହଲ୍ଲାଦ ନାଟକ, ସୁଆଙ୍ଗ, ରାମଲୀଳା, ଖଞ୍ଜଣୀ ଭଜନ, କେନ୍ଦରା ଗୀତ, ଚକୁଳିଆ ପଣ୍ଡା, ଭାରତଲୀଳା, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଢାପ ନୃତ୍ୟ, ବଣ୍ଡା, କୋୟା, ସାନ୍ତାଳୀ, ପରଜା, ଢେମସା ଆଦି ବିଭିନ୍ନ ପ୍ରକାରର ଲୋକଗୀତ, ଲୋକ, ଲୋକନୃତ୍ୟ ଓ ଲୋକ ନାଟକରେ କଳାକାରମାନେ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ସରକାରଙ୍କ ଲୋକହିତକର ଉନ୍ନୟନ ମୂଳକ ଯୋଜନା ଗୁଡିକୁ ପ୍ରଚାର ପ୍ରସାର କରି ଜନସାଧାରଣ ମାନଙ୍କୁ ସଚେତନତା କରିବା ଏହି ଅଭିଯାନର ମୂଳଲକ୍ଷ୍ୟ । ଏହି ମନୋରଞ୍ଜନ ମାଧ୍ୟମରେ କଳାକାର ମାନେ ତଥ୍ୟଭିତ୍ତିକ ଉପସ୍ଥାପନ କରିବେ ।
ଏଥିପାଇଁ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାର କଳାକାର ମାନଙ୍କୁ ଜିଲ୍ଲା ଓ ବ୍ଲକ ସ୍ତରରେ ତାଲିମ ପ୍ରଦାନ କରିଛନ୍ତି ।
ଲୋକକଳା ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଗଲେ ଏହାର ପ୍ରଭାବ ଅଧିକ ରହିବ । କଳାକାରମାନେ ବିଭିନ୍ନ ବିଭାଗର ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ସାମିଲ କରି ପାରିଶ୍ରମିକ ଭିତ୍ତିରେ ଆର୍ଥିକ ଭାବେ ଲାଭାନ୍ଵିତ ହୋଇପାରିବେ । କଳାକାର ବଞ୍ଚିବା ସହ ଏହି ପାରମ୍ପରିକ ଲୋକକଳା ନୂତନ ପିଢିକୁ ସଂପ୍ରସାରିତ ହୋଇପାରିବ ।
ଏଥିନିମନ୍ତେ କଳାକାରମାନେ ସେମାନଙ୍କ ଖୁସିବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
କଳାକାରମାନଙ୍କ ନିମନ୍ତେ ଏହି ସଂଘ ପ୍ରତିଷ୍ଠା କରିବାରେ ଓଡିଶା ହେଉଛି ଦେଶରେ ପ୍ରଥମ । ପ୍ରତି ଜିଲ୍ଲାରେ ଲୋକକଳା ଗ୍ରାମର ସ୍ଥାପନା କରାଯାଇଛି ଓ ପ୍ରତିବର୍ଷ ଲୋକକଳା ଦିବସ ପାଳନ କରାଯାଉଛି । ବର୍ତ୍ତମାନ ରାଜ୍ୟର ୫୦ ହଜାର କଳାକାର ମାନଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପ୍ରଦାନ କରାଯାଉଛି ।
ଚତୁର୍ଥ ଥର ପାଇଁ ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଆଇସିସି ପୁରସ୍କାର ଜିତିଲେ କୋହଲି
Next Articleବିଶାଳ ମାନବ ଶୃଙ୍ଖଳ ସୃଷ୍ଟି କଲା ଭୋଟର ଦିବସ ସଚେତନତା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
