न्यूज़रूम ओडिशा
ब्रेकिंग
ओडिया समाचार

ଗୋପାଳପୁର ଶୀଘ୍ର ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଉଜ୍ଜ୍ୱଳ ସ୍ଥାନ ଭାବେ ଲୋକପ୍ରିୟ ହେବ: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଦେଶର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଭାବେ ଗୋପାଳପୁର ପ୍ରସିଦ୍ଧ ଳ। ଏହାର ସୁନ୍ଦର ଓ ଶାନ୍ତ‌ ବେଳାଭୂମି ପର୍ଯ୍ୟଟକଙ୍କ ପସନ୍ଦ ଅଟେ। ମୋର ବି ଗୋପାଳପୁର ବେଳାଭୂମି ବହୁତ ପସନ୍ଦ। ଏକ ବନ୍ଦର ଓ ଶିଳ୍ପ ନଗରୀ ଭାବେ ଏହା ସୁନାମ ଅଛି। ଏବେ ସାରା ରାଜ୍ୟରେ ରୂପାନ୍ତରୀକରଣ ପର୍ବ ଚାଲିଛି। ଗଞ୍ଜାମ ମଧ୍ୟ ସେଥିରେ ସାମିଲ ହୋଇଛି। ମା’ ତାରାତାରିଣୀ ମନ୍ଦିରର ନୂଆ ଦୃଶ୍ୟ ଭକ୍ତଙ୍କୁ ଆକୃଷ୍ଟ କରିବା ସହ ଏକ ଦିବ୍ୟ [...]

Admin•25 जनवरी 2024
Share Article:
ଗୋପାଳପୁର ଶୀଘ୍ର ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଉଜ୍ଜ୍ୱଳ ସ୍ଥାନ ଭାବେ ଲୋକପ୍ରିୟ ହେବ: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଦେଶର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଭାବେ ଗୋପାଳପୁର ପ୍ରସିଦ୍ଧ ଳ। ଏହାର ସୁନ୍ଦର ଓ ଶାନ୍ତ‌ ବେଳାଭୂମି ପର୍ଯ୍ୟଟକଙ୍କ ପସନ୍ଦ ଅଟେ। ମୋର ବି ଗୋପାଳପୁର ବେଳାଭୂମି ବହୁତ ପସନ୍ଦ। ଏକ ବନ୍ଦର ଓ ଶିଳ୍ପ ନଗରୀ ଭାବେ ଏହା ସୁନାମ ଅଛି। ଏବେ ସାରା ରାଜ୍ୟରେ ରୂପାନ୍ତରୀକରଣ ପର୍ବ ଚାଲିଛି। ଗଞ୍ଜାମ ମଧ୍ୟ ସେଥିରେ ସାମିଲ ହୋଇଛି। ମା’ ତାରାତାରିଣୀ ମନ୍ଦିରର ନୂଆ ଦୃଶ୍ୟ ଭକ୍ତଙ୍କୁ ଆକୃଷ୍ଟ କରିବା ସହ ଏକ ଦିବ୍ୟ ଅନୁଭବ ଆଣି ଦେଉଛି। ଗୋପାଳପୁର ଖୁବ ଶୀଘ୍ର ବିଶ୍ବର ପର୍ଯ୍ୟଟନ ମାନଚିତ୍ରରେ ଉଜ୍ଜ୍ୱଳ ସ୍ଥାନ ଭାବେ ଲୋକପ୍ରିୟ ହେବ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ସନ୍ଧ୍ୟାରେ ୪ ଦିନିଆ ବେଳାଭୂମି ମହୋତ୍ସବକୁ ଭର୍ଚୁଆଲରେ ଉଦଘାଟନ କରି ଏହା କହିଛନ୍ତି ସେ।

ଉଦଘାଟନୀ ସନ୍ଧ୍ୟାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମେୟର୍ ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ମଞ୍ଚାସୀନ ଥିଲେ। ସେହିପରି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍, ବିଇଏମସି କମିଶନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଧ୍ୟ ଅତିଥି ଥିଲେ। ରଙ୍ଗାରଙ୍ଗ ଆତସବାଜି ସହ ଏହାର ଉଦଘାଟନ ହୋଇଥିଲା।

ପ୍ରଥମ ସନ୍ଧ୍ୟାରେ ସନମ୍ ଗ୍ରୁପ୍ ବ୍ୟାଣ୍ଡ ସହ‌ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିସହ ଟାଙ୍ଗଣାପଲ୍ଲୀର ଯୋଡ଼ି ଶଙ୍ଖ, ସମୂହ ଗୀତ, ଓଡ଼ିଶୀ ନୃତ୍ୟ, ଆଧୁନିକ ଓ ଲୋକ ନୃତ୍ୟ, ଖୋର୍ଦ୍ଧା ପାଇକ ଆଖଡ଼ା, ଫ୍ୟାସନ୍ ସୋ’, ଦିଗପହଣ୍ଡି କଳାକାରଙ୍କ ବିହୂ, କୋରାପୁଟ କଳାକାରଙ୍କ ଢେମସା, ଭୁବନେଶ୍ବର କଳାକାରଙ୍କ ଗୋଟିପୁଅ ନାଚ ଦର୍ଶକଙ୍କ ମନ ମୋହିଥିଲା।

#Odia#Odisha#News
Share Article:

Related Articles