न्यूज़रूम ओडिशा
ब्रेकिंग
ओडिया समाचार

ଫୁଲବାଣୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ : ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଫୁଲବାଣୀ – ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମିଳିତ ପ୍ୟାରେଡରେ ୩୫ଟି ଦଳ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଏସପି ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ରୁତ ବିକାଶ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ମନ୍ତ୍ରୀ ନିଜ [...]

Admin•26 जनवरी 2024
Share Article:

ଫୁଲବାଣୀ – ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମିଳିତ ପ୍ୟାରେଡରେ ୩୫ଟି ଦଳ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଏସପି ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ।

ରାଜ୍ୟରେ ଦ୍ରୁତ ବିକାଶ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସ୍ବାସ୍ଥ୍ୟ,ଶିକ୍ଷା,କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସ୍କୁଲ କଲେଜ ରୂପାନ୍ତରୀକରଣ,ସ୍ବାସ୍ଥ୍ୟ କାର୍ଡ,ନବୀନ ଓଡ଼ିଶା,ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ୍ ସେବା ପାଇଁ ଆମ ବ୍ୟାଙ୍କ୍ ଯୋଜନା, ଜଗନ୍ନାଥ ପରିକ୍ରମା ପ୍ରକଳ୍ପ, ମଠ ମନ୍ଦିର ଚର୍ଚ୍ଚର ଉନ୍ନତିକରଣ, ଯୁବକଙ୍କୁ ପାଇଁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏମିତି ଅନେକ ଯୋଜନାରେ ଆମ ରାଜ୍ୟ ଆଗେଇ ଚାଲିଛି ବୋଲି ଏହି ଅବସରରେ ମନ୍ତ୍ରୀ କହିଥିଲେ।

#Odia#Odisha#News
Share Article:

Related Articles