न्यूज़रूम ओडिशा
ब्रेकिंग
ओडिया समाचार

ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କଲେ ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କା

ଭୁବନେଶ୍ୱର – ନିଜର ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ଗୌରବମୟ ଅନ୍ତର୍ଜାତୀୟ ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡିଶାର ତାରକା ଖେଳାଳି ଦୀପଗ୍ରେସ୍‌ ଏକ୍କା। ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ପକ୍ଷରୁ ଆନ୍ତର୍ଜାତିକ ହକିରେ ପ୍ରତିନିଧିତ୍ୱ କରିଆସିଥିଲେ ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିବା ଦୀପଗ୍ରେସ ଆଜି ସୋସିଆଲ ମିଡିଆରେ ନିଜର ଅବସର ବିଷୟ ଘୋଷଣା କରିଛନ୍ତି। ଜଣେ ଦକ୍ଷ ଡିଫେଣ୍ଡର ଓ ପେନାଲଟି [...]

Admin•27 जनवरी 2024
Share Article:

ଭୁବନେଶ୍ୱର – ନିଜର ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ଗୌରବମୟ ଅନ୍ତର୍ଜାତୀୟ ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡିଶାର ତାରକା ଖେଳାଳି ଦୀପଗ୍ରେସ୍‌ ଏକ୍କା। ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ପକ୍ଷରୁ ଆନ୍ତର୍ଜାତିକ ହକିରେ ପ୍ରତିନିଧିତ୍ୱ କରିଆସିଥିଲେ ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିବା ଦୀପଗ୍ରେସ ଆଜି ସୋସିଆଲ ମିଡିଆରେ ନିଜର ଅବସର ବିଷୟ ଘୋଷଣା କରିଛନ୍ତି। ଜଣେ ଦକ୍ଷ ଡିଫେଣ୍ଡର ଓ ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିବା ଦୀପଗ୍ରେସ ଦୁଇ ଦୁଇ ଥର ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ହକି ପାଇଁ ଭାରତୀୟ ଦଳ ଯୋଗ୍ୟତା ହାସଲ ପଛରେ ଦୀପଗ୍ରେସଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା । ସେ ୨୬୮ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ଦଳର ଅନେକ ସ୍ମରଣୀୟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୪ ଓ ୨୦୧୮ ଏସିଆନ ଗେମ୍ସ ହକିରେ ପଦକ ବିଜୟୀ ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ ଦୀପଗ୍ରେସ । ୨୦୧୬ ମସିହାରେ ଏସିଆନ ମହିଳା ଚାମ୍ପିୟନସ ଟ୍ରଫି ହକି ଓ ୨୦୧୭ ମସିହା ମହିଳା ଏସିଆ କପ୍ ହକିରେ ଟାଇଟଲ ଜିତିଥିବା ଭାରତୀୟ ମହିଳା ଦଳରେ ଖେଳିଥିଲେ ଦୀପଗ୍ରେସ । ଏହାଛଡା ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ଦଳରେ ବି ସେ ସାମିଲ ହୋଇଥିଲେ। ୨୦୨୨ ବର୍ମିଂହମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରର ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ମଧ୍ୟ ସେ ସଦସ୍ୟା ଥିଲେ ।

#Odia#Odisha#News
Share Article:

Related Articles