न्यूज़रूम ओडिशा
ब्रेकिंग
ओडिया समाचार

ଧୀରେ ଧୀରେ ଉଷ୍ମ ହେଉଛି ନିର୍ବାଚନୀ ବାତାବରଣ, ଆଜି ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର – ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାୟ ସବୁ ଦଳ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରଣ କୌଶଳ ପ୍ରସ୍ତୁତିରେ ସବୁ ଦଳ ଲାଗିପଡିଛନ୍ତି। ନିର୍ବାଚନୀ ବାତାବରଣ ଧୀରେ ଧୀରେ ଉଷ୍ମ ହେଉଥିବା ବେଳେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ତଥା ଇଣ୍ଡିଆ ମେଣ୍ଟ ଆବାହକ ମଲ୍ଲିକାର୍ଜୁନ ଖଡଗେ । ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଏକ ଦଳୀୟ ସମାବେଶରେ ଯୋଗଦେବେ ଖଡଗେ । ସମାବେଶରେ ଜିଲ୍ଲା ସଭାପତି, ବ୍ଲକ ସଭାପତି, [...]

Admin•29 जनवरी 2024
Share Article:

ଭୁବନେଶ୍ବର – ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାୟ ସବୁ ଦଳ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରଣ କୌଶଳ ପ୍ରସ୍ତୁତିରେ ସବୁ ଦଳ ଲାଗିପଡିଛନ୍ତି। ନିର୍ବାଚନୀ ବାତାବରଣ ଧୀରେ ଧୀରେ ଉଷ୍ମ ହେଉଥିବା ବେଳେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ତଥା ଇଣ୍ଡିଆ ମେଣ୍ଟ ଆବାହକ ମଲ୍ଲିକାର୍ଜୁନ ଖଡଗେ । ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଏକ ଦଳୀୟ ସମାବେଶରେ ଯୋଗଦେବେ ଖଡଗେ । ସମାବେଶରେ ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ କର୍ମୀ ଏବଂ ସାଧାରଣ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ସେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବେ ।ଏଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଖଡଗେଙ୍କର ପ୍ରଥମ ଓଡିଶା ଗସ୍ତ । ଖଡଗେଙ୍କ ଓଡ଼ିଶା ଗସ୍ତ ରାଜ୍ୟର ନିର୍ବାଚନୀ ବାତାବରଣ କୁ ସରଗରମ କରିବା ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles