न्यूज़रूम ओडिशा
ब्रेकिंग
ओडिया समाचार

ଫିଲ୍ମଫେୟାର ପୁରସ୍କାର ୨୦୨୪: ରଣବୀର-ଆଲିଆ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ’12th Fail’ ଶ୍ରେଷ୍ଠ ଚଳଚ୍ଚିତ୍ର

ଗାନ୍ଧୀନଗର: ୬୯ ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ‘ଆନିମଲ’ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ‘ରକି ଔର ରାନୀ କି ପ୍ରେମ କାହାନି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଏହାଛଡ଼ା ବିକ୍ରାନ୍ତ ମାସେଙ୍କ ଅଭିନୀତ ଚଳଚ୍ଚିତ୍ର ”12th Fail” ଚଳିତ ବର୍ଷର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଏହି ଫିଲ୍ମ ପାଇଁ ମଧ୍ୟ ବିଧୁ ବିନୋଦ ଚୋପ୍ରା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର [...]

Admin•29 जनवरी 2024
Share Article:

ଗାନ୍ଧୀନଗର: ୬୯ ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ‘ଆନିମଲ’ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ‘ରକି ଔର ରାନୀ କି ପ୍ରେମ କାହାନି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଏହାଛଡ଼ା ବିକ୍ରାନ୍ତ ମାସେଙ୍କ ଅଭିନୀତ ଚଳଚ୍ଚିତ୍ର ”12th Fail” ଚଳିତ ବର୍ଷର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଏହି ଫିଲ୍ମ ପାଇଁ ମଧ୍ୟ ବିଧୁ ବିନୋଦ ଚୋପ୍ରା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ​​|

ଶ୍ରେଷ୍ଠ ଚଳଚ୍ଚିତ୍ରର ପୁରସ୍କାର ଦୌଡ଼ରେ ’12th Fail’ ବ୍ୟତୀତ ଶାହରୁଖ ଖାନଙ୍କ ‘ଜୱାନ ‘,’ ରକି ଅର ରାନୀ କି ପ୍ରେମ କାହାନି ‘,’ ଓଏମଜି ୨’ ଏବଂ’ ପଠାନ ‘ଭଳି ବ୍ଲକବଷ୍ଟର ଫିଲ୍ମ ରହିଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ’12th Fail’ ବାଜି ମାରିଥିଲା ।

ଫିଲ୍ମ ‘ଡଙ୍କି’ ପାଇଁ ଭିକି କୌଶଲଙ୍କୁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ମିଳିଛି । ସେହିପରି ‘ରକି ଅର ରାନୀ କି ପ୍ରେମ କାହାନି’ ପାଇଁ ଶବାନା ଆଜମୀ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଛନ୍ତି | ‘ଫାରାଜ’ ପାଇଁ ଶ୍ରେଷ୍ଠ ପୁରୁଷ ଡେବ୍ୟୁ ପାଇଁ ଆଦିତ୍ୟ ରାୱଲ ଫିଲ୍ମଫେୟାର ପୁରସ୍କାର ପାଇଥିବାବେଳେ ଆଲିଜେ ଅଗ୍ନିହୋତ୍ରୀଙ୍କୁ ଚଳଚ୍ଚିତ୍ର ‘ଫରେ’ ପାଇଁ ଶ୍ରେଷ୍ଠ ମହିଳା ଡେବ୍ୟୁ ପୁରସ୍କାର ମିଳିଛି। ଅନ୍ୟପକ୍ଷରେ ଜଣାଶୁଣା ନିର୍ଦ୍ଦେଶକ ଡେଭିଡ ଧାୱନଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ମନୋଜ ବାଜପେୟୀ ‘ଜୋରାମ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ କ୍ରିଟିକ୍ସ ପୁରସ୍କାର ପାଇଛନ୍ତି।

ବିକ୍ରାନ୍ତ ମାସେ ’12th Fail’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ କ୍ରିଟିକ୍ସ ପୁରସ୍କାର ପାଇଛନ୍ତି | ଚଳଚ୍ଚିତ୍ର ‘ପଠାନ’ର ‘ବେସରାମ ରଙ୍ଗ..’ ଗୀତ ପାଇଁ ଶିଳ୍ପା ରାଓଙ୍କୁ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ପୁରସ୍କାର ମିଳିଥିବା ବେଳେ ‘ଆନିମଲ୍’ର ‘ଅର୍ଜନ୍ ଭେଲି’ ଗାଇଥିବା ଭୁପିନ୍ଦର ବାବର ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ, ‘ଆନିମଲ୍’ର ସତରଙ୍ଗା ଗୀତ ପାଇଁ ଶ୍ରେଷ୍ଠ ଉଦୀୟମାନ ସଙ୍ଗୀତ ପ୍ରତିଭା ଭାବେ ଶ୍ରେୟସ ପୁରାନିକ ଆରଡି ବର୍ମନ ପୁରସ୍କାର ପାଇଥିଲେ।

#Odia#Odisha#News
Share Article:

Related Articles