न्यूज़रूम ओडिशा
ब्रेकिंग
ओडिया समाचार

ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡି ଟିମ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନରେ ଥିବା ବାସଭବନରେ ପହଞ୍ଚିଛି। ତେବେ ସେଠାରେ ସୋରେନ ନଥିବା ଜଣାପଡ଼ିଛି । ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିବାକୁ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ସୋରେନଙ୍କୁ ସମୟ ମାଗିଥିଲା ଇଡି । ମନି ଲଣ୍ଡରିଂ ମାମଲାରେ ଇଡି ସାନି ସମନ ଜାରି କରିବା ପରେ ହେମନ୍ତ ସୋରେନ ଶନିବାର [...]

Admin•29 जनवरी 2024
Share Article:

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନରେ ଥିବା ବାସଭବନରେ ପହଞ୍ଚିଛି। ତେବେ ସେଠାରେ ସୋରେନ ନଥିବା ଜଣାପଡ଼ିଛି । ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିବାକୁ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ସୋରେନଙ୍କୁ ସମୟ ମାଗିଥିଲା ଇଡି । ମନି ଲଣ୍ଡରିଂ ମାମଲାରେ ଇଡି ସାନି ସମନ ଜାରି କରିବା ପରେ ହେମନ୍ତ ସୋରେନ ଶନିବାର ରାତିରେ ହଠାତ୍ ଦିଲ୍ଲୀ ଯାଇଥିଲେ। ତେବେ ସେ କେଉଁ କାରଣରୁ ଦିଲ୍ଲୀ ଗଲେ ଓ ବର୍ତ୍ତମାନ ସେ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ନାହିଁ ।

ଜଣେ ଅଧିକାରୀ ନିଜର ପରିଚୟ ଗୋପନ ରଖି କହିଛନ୍ତି, “ତାଙ୍କ (ସୋରେନ) ଦିଲ୍ଲୀ ଯିବାର କୌଣସି ଯୋଜନା ନଥିଲା। ଇଡି ସମନ ପରେ ହଠାତ୍ ଏହି ଯୋଜନା ହୋଇଥିଲା। ଜାନୁଆରୀ ୨୯ରେ ଚାଇବାସା, ୩୦ରେ ପାଲାମୁ ଓ ୩୧ରେ ଗିରିଡିହ ସହ ତାଙ୍କର ଝାଡ଼ଖଣ୍ଡରେ ଅନେକ କାର୍ଯ୍ୟକ୍ରମ ରହିଥିଲା । ତେବେ ଏ ସବୁ କାର୍ଯ୍ୟକ୍ରମ ବାତିଲ କରି ସୋରେନ ହଠାତ୍ ଦିଲ୍ଲୀ ଯାଇଥିଲେ ।

ଏକ ସୂତ୍ରରୁ ପ୍ରକାଶ ଯେ ସୋରେନ ଆଇନଗତ ପରାମର୍ଶ ପାଇଁ ଦିଲ୍ଲୀ ଯାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ‌ ତରଫରୁ ଏନେଇ କିଛି ସ୍ପଷ୍ଟ କରିନାହିଁ। ଇଡି ଜାନୁଆରୀ ୨୦ରେ ତାଙ୍କ ସରକାରୀ ବାସଭବନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିଥିଲା। ସୂଚନା ଅନୁଯାୟୀ, ସେଦିନ ପଚରାଉଚରା ଶେଷ ହୋଇ ନ ଥିବାରୁ ତାଙ୍କୁ ସାନି ସମନ ଜାରି କରାଯାଇଥିଲା।

ଜମି ଦୁର୍ନୀତି ମାମଲାରେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଛବି ରଂଜନଙ୍କ ସମେତ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରିଛି ଇଡି।

#Odia#Odisha#News
Share Article:

Related Articles