न्यूज़रूम ओडिशा
ब्रेकिंग
ओडिया समाचार

ବିଜେଡିରେ ସାମିଲ ହେଲେ ରାଜ୍ୟର ବହୁ ବିଶିଷ୍ଟ କଳାକାର

ଭୁବନେଶ୍ବର- ବିଜେଡିରେ ସାମିଲ ହୋଇଛନ୍ତି ରାଜ୍ୟର ବହୁ ବିଶିଷ୍ଟ କଳାକାର । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ଓଡ଼ିଶା ଯାତ୍ରା ଜଗତର ବହୁ ଖ୍ୟାତନାମା କଳାକାରଙ୍କୁ ଦଳରେ ସାମିଲ କରାଯାଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର, ସାଂସଦ ଅମର ପଟ୍ଟନାୟକ ଓ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ କଳାକାରମାନେ ଦଳରେ ସାମିଲ ହୋଇଥିଲେ। କଳାକାରମାନେ ବିଜେଡିରେ ସାମିଲ ହୋଇଥିବାରୁ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇବ ବୋଲି ମିଶ୍ରଣ ପର୍ବରେ ଉପସ୍ଥିତ [...]

Admin•29 जनवरी 2024
Share Article:

ଭୁବନେଶ୍ବର- ବିଜେଡିରେ ସାମିଲ ହୋଇଛନ୍ତି ରାଜ୍ୟର ବହୁ ବିଶିଷ୍ଟ କଳାକାର । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ଓଡ଼ିଶା ଯାତ୍ରା ଜଗତର ବହୁ ଖ୍ୟାତନାମା କଳାକାରଙ୍କୁ ଦଳରେ ସାମିଲ କରାଯାଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର, ସାଂସଦ ଅମର ପଟ୍ଟନାୟକ ଓ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ କଳାକାରମାନେ ଦଳରେ ସାମିଲ ହୋଇଥିଲେ। କଳାକାରମାନେ ବିଜେଡିରେ ସାମିଲ ହୋଇଥିବାରୁ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇବ ବୋଲି ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ନେତାମାନେ କହିଛନ୍ତି।

ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ବିଜେଡିରେ ସାମିଲ ହୋଇଛନ୍ତି। ଏମାନଙ୍କ ସହ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମନ୍ତ୍ରରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି କଳାକାରମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସର୍ବଦା କଳାକାରମାନଙ୍କ ବିକାଶ ପ୍ରତି ଧ୍ୟାନ ଦେଇଛନ୍ତି ଓ ସେମାନଙ୍କ ସ୍ୱପ୍ନ ସାକାର କରିଛନ୍ତି ବୋଲି କଳାକାରମାନେ ଏହି ଅବସରରେ କହିଥିଲେ।

#Odia#Odisha#News
Share Article:

Related Articles