न्यूज़रूम ओडिशा
ब्रेकिंग
ओडिया समाचार

୫ ଜିଲ୍ଲାର ଦଶ ହଜାର ଭକ୍ତ ପାଇଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ , ଭକ୍ତଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ବର – ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ଏହି ଜିଲ୍ଲାଗୁଡିକ ହେଲା – ଗଞ୍ଜାମ, ମୟୂରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ [...]

Admin•29 जनवरी 2024
Share Article:

ଭୁବନେଶ୍ବର – ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ଏହି ଜିଲ୍ଲାଗୁଡିକ ହେଲା – ଗଞ୍ଜାମ, ମୟୂରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ ୱାର୍ଡରୁ ଭକ୍ତମାନେ ଆସିଥିଲେ।

ସେମାନେ ପ୍ରଥମେ ପୁରୀ ନିକଟସ୍ଥ ସମଙ୍ଗ ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶ୍ରଦ୍ଧାଳୁ ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ। ଓଡିଶାର ରୂପାନ୍ତର ପାଇଁ ତଥା ଜନସାଧାରଣଙ୍କ ସୁଖ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ କିପରି ଗୁରୁତ୍ବ ଦେଉଛନ୍ତି, ସେ ଉପରେ ପାଣ୍ଡିଆନ ଆଲୋକପାତ କରିଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଅନ୍ୟ ଆଧ୍ୟାତ୍ମିକ କ୍ଷେତ୍ରର ରୂପାନ୍ତର ଏବଂ ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥାରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉଚ୍ଚପ୍ରଶଂସା କରିଥିଲେ।
ଭକ୍ତମାନଙ୍କୁ ସମଙ୍ଗଠାରୁ ଏକ ସ୍ବତନ୍ତ୍ର ଫିଡର ବସ୍‌ରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାର ବ୍ୟବସ୍ଥା ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ, ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣର ବ୍ୟବସ୍ଥା ସହିତ ସେମାନଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା କରାଯାଇଥିଲା।

#Odia#Odisha#News
Share Article:

Related Articles