न्यूज़रूम ओडिशा
ब्रेकिंग
ओडिया समाचार

ଗଞ୍ଜାମ ପର୍ଯ୍ୟଟନର ସମୃଦ୍ଧି ବୃଦ୍ଧି: ସୁନାପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ଭଞ୍ଜନଗରରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଓ୍ବାଟର୍ ପାର୍କ

ବ୍ରହ୍ମପୁର: ପର୍ଯ୍ୟଟନର ସମ୍ଭାରରେ ଭରପୁର ଗଞ୍ଜାମ ଜିଲ୍ଲାର ଏ ଦିଗରେ ସମୃଦ୍ଧି ଅଧିକ ବୃଦ୍ଧି ପାଇଛି। ଗୋଟିଏ ପଟେ ଆଶାନୁରୂପକ ଭାବେ ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍ ମାନ୍ୟତା ମିଳିଛି। ଆରପଟେ ଭଞ୍ଜନର ବିଜୁ ପଟ୍ଟନାୟକ ପାର୍କରେ ଓଡ଼ିଶାର ପ୍ରଥମ ସରକାରୀ ତଥା ସମଗ୍ର ଦକ୍ଷିଣ ଓଡିଶାର ପ୍ରଥମ ଓ୍ବାଟର୍ ପାର୍କ ଆରମ୍ଭ ହୋଇଛି। ଏ ଉଭୟ କଥା ଜିଲ୍ଲାର ପର୍ଯ୍ୟଟନ ସମୃଦ୍ଧିକୁ ଅଧିକ ବ୍ୟାପକ କରିଛି ତଥା ଆଗାମୀ ଦିନରେ ଅଧିକ ପର୍ଯ୍ୟଟକଙ୍କ ଆଗମନକୁ [...]

Admin•30 जनवरी 2024
Share Article:
ଗଞ୍ଜାମ ପର୍ଯ୍ୟଟନର ସମୃଦ୍ଧି ବୃଦ୍ଧି: ସୁନାପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ଭଞ୍ଜନଗରରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଓ୍ବାଟର୍ ପାର୍କ

ବ୍ରହ୍ମପୁର: ପର୍ଯ୍ୟଟନର ସମ୍ଭାରରେ ଭରପୁର ଗଞ୍ଜାମ ଜିଲ୍ଲାର ଏ ଦିଗରେ ସମୃଦ୍ଧି ଅଧିକ ବୃଦ୍ଧି ପାଇଛି। ଗୋଟିଏ ପଟେ ଆଶାନୁରୂପକ ଭାବେ ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍ ମାନ୍ୟତା ମିଳିଛି। ଆରପଟେ ଭଞ୍ଜନର ବିଜୁ ପଟ୍ଟନାୟକ ପାର୍କରେ ଓଡ଼ିଶାର ପ୍ରଥମ ସରକାରୀ ତଥା ସମଗ୍ର ଦକ୍ଷିଣ ଓଡିଶାର ପ୍ରଥମ ଓ୍ବାଟର୍ ପାର୍କ ଆରମ୍ଭ ହୋଇଛି। ଏ ଉଭୟ କଥା ଜିଲ୍ଲାର ପର୍ଯ୍ୟଟନ ସମୃଦ୍ଧିକୁ ଅଧିକ ବ୍ୟାପକ କରିଛି ତଥା ଆଗାମୀ ଦିନରେ ଅଧିକ ପର୍ଯ୍ୟଟକଙ୍କ ଆଗମନକୁ ସୁଗମ କରିଛି।

ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୁମି ପାଇଛି ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା। ପୁରୀ ପରେ ଏହା ହେଉଛି ରାଜ୍ୟର ଦ୍ବିତୀୟ ବେଳାଭୁମି ଯାହାକୁ ଉକ୍ତ ମାନ୍ୟତା ମିଳିପାରିଛି। ଫାଉଣ୍ଡେସନ୍ ଅଫ୍ ଏନଭାଇରୋମେଣ୍ଟାଲ ଏଜୁକେସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୭୭ଟି ଦେଶର ୬୫ଟି ସଙ୍ଗଠନକୁ ନେଇ କାର୍ଯ୍ୟରତ ଏହି ବିଶ୍ବସ୍ତରୀୟ ଅନୁଷ୍ଠାନ ପକ୍ଷରୁ ବେଳାଭୁମିର ବିଭିନ୍ନ ଅନୁକୂଳ ପରିବେଶକୁ ନେଇ ଏକ ସର୍ଭେ କରାଯାଇଥଲା। ମୁଖ୍ୟତଃ ବେଳାଭୂମିର ସୌନ୍ଦର୍ଯ୍ୟକରଣ ସମେତ ସେଠାକାର ପ୍ରାକୃତିକ ପରିବେଶ, ସାମୁଦ୍ରିକ ଜୀବଙ୍କ ପାଇଁ ଅନୁକୂଳ ସ୍ଥିତି, ପର୍ଯ୍ୟଟକଙ୍କ ରହଣୀ ଓ ବୋଟିଂ ପାଇଁ ସୁବ୍ୟବସ୍ଥା ଆଦି କିଛି ମାନଦଣ୍ଡକୁ ନେଇ ଅନୁଷ୍ଠାନ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇ ଥାଏ। ପାତିସୁନାପୁର ଏହି ସମସ୍ତ ଅନୁକୂଳ ମାନଦଣ୍ଡକୁ ପୂରଣ କରିଥିବାରୁ ଉକ୍ତ ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି। ଫଳରେ ଅଧିକରୁ ଅଧିକ ପ୍ରଚାର ପ୍ରସାର ସହ ବିପୁଳ ମାତ୍ରାରେ ବିଦେଶୀ ଟୁରିଷ୍ଟ ଆସିବା ଆଶା କରାଯାଉଛି ବୋଲି କହିଛନ୍ତି ନୋଡାଲ୍ ଅଫିସର୍ ତଥା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋକ୍କର।

ଭଞ୍ଜନଗରସ୍ଥିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନକୁ ଯାଉଥିବା ପର୍ଯ୍ୟଟକ ଏଣିକି ଏକ ନୂଆ ମନୋରଞ୍ଜନର ଅନୁଭବ କରିପାରିବେ। ତାହା ହେଉଛି ବିଜୁ ପଟ୍ଟନାୟକ ଓ୍ବାଟର୍ ପାର୍କ। ରାଜ୍ୟରେ ସରକାରୀ ଭାବେ ନିର୍ମିତ ଏହା ହେଉଛି ପ୍ରଥମ ଜଳ କ୍ରୀଡ଼ା ଉଦ୍ୟାନ। ଆହୁରି ମଧ୍ୟ ଦକ୍ଷିଣ ଓଡିଶାର ଏହା ପ୍ରଥମ ଓ୍ବାଟର୍ ପାର୍କ। ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ଆସୁଥିବା ଭଞ୍ଜ ନଗର ଶିଶୁ ଉଦ୍ୟାନରେ ମନୋରଞ୍ଜନର‌ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ଜଳସମ୍ପଦ ବିଭାଗ ଦ୍ବାରା ପ୍ରାୟ ୩୦ ଲକ୍ଷ ଟଙ୍କାରେ ମାତ୍ର ଏକ ବର୍ଷ ସମୟ ମଧ୍ୟରେ ନିର୍ମିତ ଏହି ପାର୍କ ମଧ୍ୟରେ ରହିଛି ଭାସମାନ ପୁଲ୍, ସ୍ଲାଇଡିଂ ପୁଲ୍, ରେନ୍ ବୋ’ ଏରିଆ, ପାଣି ଖସଡ଼ା ଓ ପିଲାଙ୍କ ପାଇଁ ଖେଳିବା ବ୍ୟବସ୍ଥା ଆଦି।‌ ଏଥିସହ କାଫେ ଓ ପାର୍କ ଲନ୍‌ରେ ବସି ଚତୁଃପାର୍ଶ୍ଵର ପରିବେଶର ମଜା ନେଇପାରିବେ ଆଗନ୍ତୁକ।

#Odia#Odisha#News
Share Article:

Related Articles