न्यूज़रूम ओडिशा
ब्रेकिंग
ओडिया समाचार

ଗିରଫ ସମ୍ଭାବନା ମଧ୍ୟରେ ହେମନ୍ତ ସୋରେନଙ୍କ ଇସ୍ତଫା, ଚମ୍ପାଇ ସୋରେନ୍ ହେବେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ଆଶଙ୍କା ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଇସ୍ତଫା ଦେଇଛନ୍ତି ‌। ବହୁଘଣ୍ଟା ଧରି ଇଡି ଜେରାର ସମ୍ମୁଖୀନ ହେବା ପରେ ହେମନ୍ତ ସୋରେନ ରାଜ ଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିଲେ । ବରିଷ୍ଠ ଜେଏମଏମ ନେତା ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେ ଜେଏମ୍ଏମ୍ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଚମ୍ପାଇ ସୋରେନଙ୍କ ନେତୃତ୍ୱରେ ନୂଆ ସରକାର [...]

Admin•31 जनवरी 2024
Share Article:

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ଆଶଙ୍କା ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଇସ୍ତଫା ଦେଇଛନ୍ତି ‌। ବହୁଘଣ୍ଟା ଧରି ଇଡି ଜେରାର ସମ୍ମୁଖୀନ ହେବା ପରେ ହେମନ୍ତ ସୋରେନ ରାଜ ଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିଲେ । ବରିଷ୍ଠ ଜେଏମଏମ ନେତା ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେ ଜେଏମ୍ଏମ୍ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଚମ୍ପାଇ ସୋରେନଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ପାଇଁ ଶାସକ ଦଳର ସଦସ୍ୟମାନେ ରାଜଭବନରେ ପହଞ୍ଚି ଦାବି କରିଥିବା ଜଣାପଡ଼ିଛି। ଚମ୍ପାଇ ସୋରେନ ବର୍ତ୍ତମାନ ପରିବହନ ମନ୍ତ୍ରୀ ଅଛନ୍ତି।

ଜମି ଦୁର୍ନୀତି ମାମଲାରେ ଇଡ଼ି ଟିମ୍ ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଆଜି ଅପରାହ୍ନରେ ତାଙ୍କ ବାସଭବନରେ ପହଞ୍ଚିଥିଲା । ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନ ଥିବା ଇଡି ତାଙ୍କୁ ଗିରଫ କରାଯିବ ବୋଲି ସୋରେନଙ୍କୁ ଜଣାଇଥିଲା । ସୋରେନଙ୍କ ସମ୍ଭାବ୍ୟ ଗିରଫ ଦୃଷ୍ଟିରୁ ରାଜଧାନୀ ରାଞ୍ଚିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

#Odia#Odisha#News
Share Article:

Related Articles