ଶରଣ ଶ୍ରୀକ୍ଷେତ୍ର ମାରଦା
ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ରଦେବ ୨ୟଙ୍କ ଶାସନ କାଳରେ , ମୁଘଲ ସେନାପତି ତକି ଖାଁ ଆକ୍ରମଣ କରିଥିଲା ୧୭୩୨ ଖ୍ରୀଷ୍ଟାବ୍ଦରେ ।ଏହି ସମୟରେ ସେବକମାନଙ୍କ ସହଯୋଗ ରେ ଗଜପତି ମହାରାଜ ମହାପ୍ରଭୁଙ୍କୁ ଚିଲିକା ମଧ୍ୟରେ ଥିବା ନିଇରି ଗ୍ରାମ କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିବା ପରେ ବିପଦ ଆଶଙ୍କା କରି ପୁନଃ ଗଂଜାମର ମାରଦା ଅଞ୍ଚଳରେ ଥିବା ଘଞ୍ଚ ଅରଣ୍ୟ ମଧ୍ୟକୁ ନେଇଥିଲେ । ହାତୀବାଡ଼ି [...]
ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ରଦେବ ୨ୟଙ୍କ ଶାସନ କାଳରେ , ମୁଘଲ ସେନାପତି ତକି ଖାଁ ଆକ୍ରମଣ କରିଥିଲା ୧୭୩୨ ଖ୍ରୀଷ୍ଟାବ୍ଦରେ ।ଏହି ସମୟରେ ସେବକମାନଙ୍କ ସହଯୋଗ ରେ ଗଜପତି ମହାରାଜ ମହାପ୍ରଭୁଙ୍କୁ ଚିଲିକା ମଧ୍ୟରେ ଥିବା ନିଇରି ଗ୍ରାମ କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିବା ପରେ ବିପଦ ଆଶଙ୍କା କରି ପୁନଃ ଗଂଜାମର ମାରଦା ଅଞ୍ଚଳରେ ଥିବା ଘଞ୍ଚ ଅରଣ୍ୟ ମଧ୍ୟକୁ ନେଇଥିଲେ ।
ହାତୀବାଡ଼ି ପାହାଡ଼ର ଉପକଣ୍ଠ ରେ ଥିବା ରୁମାଗଡ଼ର ଜଙ୍ଗଲ ମଧ୍ୟରେ ମହାପ୍ରଭୁଙ୍କୁ ରଖା ଯାଇଥିଲା ।ତତ୍କାଳୀନ ଆଠଗଡ଼ ରାଜା ରଘୁନାଥ ହରିଚନ୍ଦନ ଜଗଦେବ ଖବର ପାଇ ମହାପ୍ରଭୁଙ୍କ ରହଣୀ ନିମନ୍ତେ ଏଠାରେ ଏକ ମନ୍ଦିର ନିର୍ମାଣ କରାଇଥିଲେ । ତତ୍କାଳୀନ ଦକ୍ଷ କଳିଙ୍ଗ ଶିଳ୍ପୀମାନେ , ଦୀର୍ଘ ୪୫ ଦିନ ପରିଶ୍ରମ କରି ଏଠାରେ ଥିବା ମନ୍ଦିର କୁ ମହାପ୍ରଭୁଙ୍କ ନିମନ୍ତେ ଗଢି ତୋଳିଥିଲେ । ଏହି ସ୍ଥାନରେ ମହାପ୍ରଭୁ ଦୀର୍ଘ ୨ ବର୍ଷ ୬ ମାସ ରହଣୀ କରିଥିଲେ । ଏହି ସମୟରେ ମହାପ୍ରଭୁଙ୍କ ଗୁପ୍ତ ରେ ସମସ୍ତ ନୀତି ତଥା ଅବକାଶ , ଗୋପଲବଲ୍ଲଭ , ସକାଳ ଧୂପ , ମଧ୍ୟାହ୍ନ ଧୂପ , ସନ୍ଧ୍ୟା ଧୂପ , ବଡ଼ସିଂହାର ଧୂପ ଆଦି ବିନା ଘଣ୍ଟ ବାଦ୍ୟରେ ସମାପନ ହେଉଥିଲା । ପ୍ରତିଦିନ ଏହି ସ୍ଥାନକୁ ୩୦୦ ରୁ ଉର୍ଦ୍ଧ୍ବ ପାଇକ ସେନା ଜଗି ରହୁଥିଲେ। ଏହି ସ୍ଥାନର ବାହ୍ୟ ଅଞ୍ଚଳକୁ ସୁରକ୍ଷା ଦେଉଥିଲେ ଆଠଗଡ଼ ରଜାଙ୍କ ବଳାସି ସୈନ୍ୟବାହିନୀ। ତାଙ୍କର ଯୁଦ୍ଧ କଳାକୁ ଦେଖି ତକି ଖାଁ ଏହି ସ୍ଥାନଠୁ ଦୁରାଇ ରହିଥିଲା ।
ଏହି ସ୍ମୃତିକୁ ବହନ କରି ଆଜି ମଧ୍ୟ ଏହି ମନ୍ଦିର ରହିଛି , ରହିଛି ମହାପ୍ରଭୁଙ୍କ ଦିବ୍ୟ ରତ୍ନବେଦୀ ଏବଂ ଆଠଗଡ଼ ରଜାଙ୍କ ସହଯୋଗ କୁ ସମ୍ମାନ ଜଣାଇ ଆଜି ମଧ୍ୟ ପ୍ରତି ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଉଠିଲା ବେଳ ଗଜପତି ମହାରାଜଙ୍କ ନାମ ସହ ତାଙ୍କ ନାମ ଯୋଡ଼ା ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଉଛି।
ଆକ୍ରମଣ କାଳେ ମହାପ୍ରଭୁ ଏଠାରେ ରହିଥିବାରୁ , ଗଜପତି ରାମଚନ୍ଦ୍ରଦେବ , ସେବକ ଓ କିଛି ମଠ ମହନ୍ତଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନ କୁ ଶରଣ ଶ୍ରୀକ୍ଷେତ୍ର ବୋଲି କୁହାଯାଏ।
ଚତୁର୍ଦ୍ଧା ବିଗ୍ରହ ଏହି ସ୍ଥାନରୁ ଶ୍ରୀକ୍ଷେତ୍ରକୁ ୧୭୩୬ ମସିହା ରେ ଫେରିବା ରତ୍ନସିଂହାସନରେ ବିଜେ ହେବା ପରେ ଆଉ କେବେ ହେଲେ ଆକ୍ରମଣ କାଳରେ ଶ୍ରୀକ୍ଷେତ୍ର ଛାଡ଼ି ଅନ୍ୟତ୍ର ଯାଇନାହାନ୍ତି।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସଫଳ କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ, କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ବିଭାଗୀୟ ଶାସନ ସଚିବ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
