ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଧ୍ୟାନ କଲେ ୫-ଟି ଅଧ୍ୟକ୍ଷ, ସନ୍ନ୍ୟାସୀଙ୍କ ସହ ଭାବ ବିନିମୟ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ଠାରେ ଥିବା ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ତିବ୍ଦତୀୟମାନଙ୍କ ତରଫରୁ ସପ୍ତାହେବ୍ୟାପୀ ଏକ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମେରିକା, ଋଷ, ଫ୍ରାନ୍ସ, ସ୍ୱିଜରଲାଣ୍ଡ ସମେତ ନେପାଳ, ଭୁଟାନ, ତିବ୍ବତ ଆଦି ବିଭିନ୍ନ ଦେଶରୁ ବହୁ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇ ପୂଜାର୍ଚ୍ଚନା କରିଛନ୍ତି। ଆଜି ଏହି ପୂଜାର ଶେଷ ଦିନ ଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ୫ଟି [...]
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ଠାରେ ଥିବା ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ତିବ୍ଦତୀୟମାନଙ୍କ ତରଫରୁ ସପ୍ତାହେବ୍ୟାପୀ ଏକ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମେରିକା, ଋଷ, ଫ୍ରାନ୍ସ, ସ୍ୱିଜରଲାଣ୍ଡ ସମେତ ନେପାଳ, ଭୁଟାନ, ତିବ୍ବତ ଆଦି ବିଭିନ୍ନ ଦେଶରୁ ବହୁ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇ ପୂଜାର୍ଚ୍ଚନା କରିଛନ୍ତି। ଆଜି ଏହି ପୂଜାର ଶେଷ ଦିନ ଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ପୀଠରେ ୫ଟି ଅଧ୍ୟକ୍ଷ ସ୍ଵତନ୍ତ୍ର ପୂଜାରେ ଯୋଗଦେବା ଅବସରରେ ଭକ୍ତିଭାବରେ ତଲ୍ଲିନ ହୋଇଯାଇଥିଲେ ସେ। ଆତ୍ମପ୍ରତ୍ୟୟ ଭାବରେ ମଗ୍ନ ଜଣେ ଯୋଗୀ ବା ସାଧୁ ସଦୃଶ ତାଙ୍କ ମୁଖମଣ୍ଡଳରେ ବେଶ୍ ଶାନ୍ତ, ସ୍ଥିତପ୍ରଜ୍ଞ ଭାବର ଝଲକ ଦେଖିବାକୁ ମିଳିଥିଲା। କିଛି ସମୟ ମନ୍ଦିରରେ ବୁଦ୍ଧଦେବଙ୍କ ମୂର୍ତ୍ତି ଆଗରେ ଧ୍ୟାନ ମୁଦ୍ରାରେ ବସି ପ୍ରାର୍ଥନା କରିଥିଲେ ସେ। ପ୍ରତିଟି ଓଡ଼ିଆଙ୍କ ଉନ୍ନତି ଓ ସମୃଦ୍ଧି ସହ ସେମାନଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନର କାମନା କରିଥିଲେ ପାଣ୍ଡିଆନ।
ପୂର୍ବାହ୍ନ ୧୧ଟାରେ ଜିରାଙ୍ଗ ପୀଠ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ ୫ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ପୀଠ କର୍ମକର୍ତ୍ତାମାନେ ଭବ୍ୟ ସ୍ବାଗତ ଜଣାଇଥିଲେ। ଅତିଥି ସାଜିଥିଲେ ଦର୍ଶନାର୍ଥୀ। ୫ଟି ଅଧ୍ୟକ୍ଷ ବୁଦ୍ଧ ମୂର୍ତ୍ତି ଆଗରେ ପ୍ରାୟ ୧୦ ମିନିଟ ଧ୍ୟାନ ମୁଦ୍ରାରେ ବସିଥିଲେ। ମନକୁ ଶାନ୍ତ, ଚିତ୍ତକୁ ସ୍ଥିର କରି ସେ ବୁଦ୍ଧଂ ଶରଣଂ ଗଚ୍ଛାମି ମନ୍ତ୍ର ଜପ କରି ଓଡ଼ିଶା ତଥା ଓଡ଼ିଆଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ଏହାପରେ ତିବ୍ବତୀୟ ଗୁରୁମାନଙ୍କ ସହ ଆଲୋଚନା କରିଥିଲେ। ଏହି ସ୍ବଳ୍ପ ରହଣୀ ପରେ ସେ ପୁଣି ହେଲିକେପ୍ଟର ଯୋଗେ ଭୁବନେଶ୍ୱର ଫେରି ଯାଇଥିଲେ ୫ଟି ଅଧ୍ୟକ୍ଷ। ଏହି ଗସ୍ତ ସମୟରେ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଏସପି ସ୍ବାତି ଏସ୍ କୁମାର ଉପସ୍ଥିତ ଥିଲେ l ଏହାକୁ ନେଇ ତିବ୍ବତୀୟଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବlକୁ ମିଳିଥିଲା। ଏହି ସ୍ବତନ୍ତ୍ର ପୂଜାରେ ୫ଟି ଅଧ୍ୟକ୍ଷ ଯୋଗଦେଇ ଥିବାରୁ ଖୁସି ଅନୁଭବ କରିଥିବା କହିଛନ୍ତି ବୌଦ୍ଧ ସନ୍ନ୍ୟାସୀ ଓ ସ୍ଥାନୀୟ ତିବ୍ବତୀୟ ଶରଣାର୍ଥୀ।
ପ୍ରକାଶଯୋଗ୍ୟ ଯେ ତିବ୍ବତୀୟ ଶରଣାର୍ଥୀମାନେ ସପରିବାର ଏଠି ଗତ ଅନେକ ଦଶନ୍ଧି ଧରି ସ୍ଥାୟୀ ଭାବେ ବସବାସ କରି ଆସୁଛନ୍ତି। ଏବେ ଓଡ଼ିଶା ଏମାନଙ୍କ ଘର ପାଲଟି ଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ତିବ୍ବତୀୟଙ୍କ ପାଇଁ ଭତ୍ତା, ରାସନ୍ କାର୍ଡ ଓ ଭୋଟର କାର୍ଡ ଆଦି ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରି ଆସୁଛନ୍ତି। ଗତ ଜୁଲାଇ ମାସରେ ଜିରାଙ୍ଗ ଗସ୍ତ ବେଳେ ୫ଟି ଅଧ୍ୟକ୍ଷ ବୌଦ୍ଧ ମନ୍ଦିର ସାଙ୍ଗକୁ ଏଠି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁଦାନ ଘୋଷଣା କରିଥିଲେ l ଜିରାଙ୍ଗ ବୌଦ୍ଧ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨ କୋଟି ୮୯ ଲକ୍ଷ ଟଙ୍କା ଅନୁଦାନ ଦେଇ ସାରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେମପୋ ପେମା ଆମଫେଇ।
Odisha: EOW Arrests Realtor for Duping 35 Investors
Next Article5T Chairman Attends Maha Guru Abhisheka Ceremony at Padmasambhava Monastery, Jiranga
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
