न्यूज़रूम ओडिशा
ब्रेकिंग
ओडिया समाचार

ବାଲିଗୁଡ଼ା: ପୋଲିସ ଗୁଳିରେ ମାଓବାଦୀ ମୃତ

ଫୁଲବାଣୀ: ମାଓବାଦୀ ଦମନ ଦିଗରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ କାମେରିକିଆ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଶନିବାର ସନ୍ଧ୍ୟାରେ ଗୁଳି ବିନିମୟ ଘଟିଛି। କାମେରିକିଆ ଜଙ୍ଗଲରେ ପୋଲିସ ବାହିନୀର ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ମାଓବାଦୀମାନେ ହଠାତ୍ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ଜଣେ ଡିଭିଏଫ୍ ଯବାନ ଆହତ ହୋଇଥିଲେ। ତେବେ ଉଲ୍ଲେଖନୀୟ କଥା ହେଉଛି ଯେ ସୁରକ୍ଷା କର୍ମୀଙ୍କ [...]

Admin•4 फ़रवरी 2024
Share Article:

ଫୁଲବାଣୀ: ମାଓବାଦୀ ଦମନ ଦିଗରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ କାମେରିକିଆ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଶନିବାର ସନ୍ଧ୍ୟାରେ ଗୁଳି ବିନିମୟ ଘଟିଛି। କାମେରିକିଆ ଜଙ୍ଗଲରେ ପୋଲିସ ବାହିନୀର ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ମାଓବାଦୀମାନେ ହଠାତ୍ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ଜଣେ ଡିଭିଏଫ୍ ଯବାନ ଆହତ ହୋଇଥିଲେ। ତେବେ ଉଲ୍ଲେଖନୀୟ କଥା ହେଉଛି ଯେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଟପ୍ କ୍ୟାଡର୍ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ଏଡିଜି (ଅପରସେନ୍) ଏସ୍. ଦେବଦତ୍ତ ସିଂ। ଆହୁରି ମଧ୍ୟ ମାଓବାଦୀ ଆହତ ହୋଇଥିବା ସଂଘର୍ଷସ୍ଥଳରେ ପଡ଼ିଥିବା ରକ୍ତରୁ ଅନୁମାନ କରାଯାଉଛି। ପୋଲିସ ଜଙ୍ଗଲରେ ତା’ର ଅଭିଯାନ ଚଳାଇଛି। ତେଣେ ଆହତ ଯବାନଙ୍କୁ ବାଲିଗୁଡା ଡାକ୍ତରଖାନାରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି

#Odia#Odisha#News
Share Article:

Related Articles