न्यूज़रूम ओडिशा
ब्रेकिंग
ओडिया समाचार

ଭିଜିଲାନ୍ସ ହାତରେ ଧରାପଡିଲେ ପୁରୀ ବିଇଓ ଅଫିସର ଲାଞ୍ଚୁଆ ଆକାଉଣ୍ଟାଣ୍ଟ

ପୁରୀ – ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ଆକାଉଣ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ପୁରୀ ବିଇଓ ଅଫିସର ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ପାଇଁ ଏନଓସି ଜାରି କରିବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂପୃକ୍ତ ଆକାଉଣ୍ଟାଣ୍ଟ। ଶିକ୍ଷକ ଜଣକ ୨୦୨୨ ମସିହା ମେ’ ମାସରେ ଅବସର ନେଇଥିଲେ । ତାଙ୍କ ଗ୍ରାଚ୍ୟୁଇଟି ପାଇଁ ଏନଓସି ଜାରି କରିବାକୁ ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତିଙ୍କୁ ବାରମ୍ବାର ଅନୁରୋଧ [...]

Admin•8 फ़रवरी 2024
Share Article:

ପୁରୀ – ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ଆକାଉଣ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ପୁରୀ ବିଇଓ ଅଫିସର ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ପାଇଁ ଏନଓସି ଜାରି କରିବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂପୃକ୍ତ ଆକାଉଣ୍ଟାଣ୍ଟ। ଶିକ୍ଷକ ଜଣକ ୨୦୨୨ ମସିହା ମେ’ ମାସରେ ଅବସର ନେଇଥିଲେ । ତାଙ୍କ ଗ୍ରାଚ୍ୟୁଇଟି ପାଇଁ ଏନଓସି ଜାରି କରିବାକୁ ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତିଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ଆକାଉଣ୍ଟାଣ୍ଟ ଜଣକ ତାଙ୍କୁ ହଇରାଣ କରି ଲାଞ୍ଚ ମାଗୁଥିଲେ। ଏ ନେଇ ଶିକ୍ଷକ ଜଣକ ଭିଜିଲାନ୍ସରେ ଫେରାଦ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଆକାଉଣ୍ଟାଣ୍ଟ ସେନାପତିଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଆକାଉଣ୍ଟାଣ୍ଟ ସେନାପତିଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି। ଏ ନେଇ ସେନାପତିଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

#Odia#Odisha#News
Share Article:

Related Articles