न्यूज़रूम ओडिशा
ब्रेकिंग
ओडिया समाचार

ଅଣ୍ଡର-୧୯ ବିଶ୍ୱକପ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ବେନୋନି (ଦକ୍ଷିଣ ଆଫ୍ରିକା): ଟମ୍ ଷ୍ଟ୍ରେକରଙ୍କ ୬ ୱିକେଟ୍ ଓ ହ୍ୟାରି ଡିକ୍ସନଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଆଇସିସି ଅଣ୍ଡର-୧୯ ବିଶ୍ୱକପର ରୋମାଞ୍ଚକର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଭେଟିବ । ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଷ୍ଟ୍ରେକର (୨୪/୬)ଙ୍କ ବିପକ୍ଷରେ ସଂଘର୍ଷ କରିଥିଲେ । [...]

Admin•8 फ़रवरी 2024
Share Article:

ବେନୋନି (ଦକ୍ଷିଣ ଆଫ୍ରିକା): ଟମ୍ ଷ୍ଟ୍ରେକରଙ୍କ ୬ ୱିକେଟ୍ ଓ ହ୍ୟାରି ଡିକ୍ସନଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଆଇସିସି ଅଣ୍ଡର-୧୯ ବିଶ୍ୱକପର ରୋମାଞ୍ଚକର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଭେଟିବ ।

ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଷ୍ଟ୍ରେକର (୨୪/୬)ଙ୍କ ବିପକ୍ଷରେ ସଂଘର୍ଷ କରିଥିଲେ । ଦଳ ମାତ୍ର ୧୭୯ ରନ୍ କରିବାକୁ ସମର୍ଥ ହୋଇଥିଲା | ପାକିସ୍ତାନ ତରଫରୁ ଅରଫାତ୍ ମିନାହସ୍ (୫୨ ରନ୍) ଏବଂ ଆଜାନ୍ ଆୱାଇସ୍ (୫୨) ଅର୍ଦ୍ଧ ଶତକ ହାସଲ କରିଥିଲେ ।

ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲୀୟ ଦଳ ମଧ୍ୟ ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ସଂଘର୍ଷ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଦଳ ୪୯.୧ ଓଭରରେ ୯ ୱିକେଟ୍ ହରାଇ ୧୮୧ ରନ୍ କରି ବିଜୟ ହାସଲ କରିଥିଲା। ଦଳର ବିଜୟରେ ଡିକ୍ସନ୍ (୭୫ ବଲରେ ୫୦ ରନ୍, ୫ ଚୌକା) ଏବଂ ଅଲିଭର ପି.କେ (୭୫ ବଲରେ ୪୯ ରନ୍, ତିନି ଚୌକା)ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା।

ଭାରତୀୟ ଦଳ ନବମ ଥର ଫାଇନାଲ ଖେଳିବାକୁ ଥିବାବେଳେ ଅଷ୍ଟ୍ରେଲିଆର ଏହା ଷଷ୍ଠ ଫାଇନାଲ ହେବ ।ଭାରତ ରେକର୍ଡ ପାଞ୍ଚଟି ଟାଇଟଲ ଜିତିଥିବାବେଳେ ଅଷ୍ଟ୍ରେଲିଆ ନାମରେ ରହିଛି ତିନୋଟି ଟ୍ରଫି। ଶେଷଥର ଅଷ୍ଟ୍ରେଲିଆ ୨୦୧୦ରେ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା।

#Odia#Odisha#News
Share Article:

Related Articles